Categories: ଜାତୀୟ

ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ

ଅଯୋଧ୍ୟା,୩ ।୧୦: ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ରବିବାର ସକାଳେ ହଠାତ୍ ବିଗିଡି ଯାଇଛି । ଜିଲା ହସ୍ପିଟାଲର ଡାକ୍ତରି ଟିମ୍ ତାଙ୍କର ମେଡିକାଲ ଚେକଅପ୍ କରିଛନ୍ତି । ସୋମବାର ସକାଳେ ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲର ଏକ ଡାକ୍ତରଙ୍କ ଟିମ୍ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ମେଡିକାଲ ଚେକଅପ୍ କରିବେ ବୋଲି ଜଣାପଡିଛି । ତେବେ ଆବଶ୍ୟକ ପଡିଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ମେଦାନ୍ତ ହସ୍ପିଟାଲ ସ୍ଥାନାନ୍ତର କରାଯାଇପାରେ । ତାଙ୍କର ଅତ୍ୟଧିକ କାଶ ଓ ପରିସ୍ରା ଯୋଗୁ ସେ ଅସୁସ୍ଥ ହୋଇପଡିଥିବା କୁହାଯାଉଛି । ତାଙ୍କର ଅକ୍ସିଜେନ୍ ଲେବଲ୍ ବି କମ୍ ବେଶି ହେଉଥିବା କୁହାଯାଉଛି । ମେଦାନ୍ତ ହସ୍ପିଟାଲର ଡାକ୍ତର ରାକେଶ କାପୁର ତାଙ୍କ ଟିମ୍ ସହ ଅଯୋଧ୍ୟା ପହଞ୍ଚିବେ ବୋଲି କୁହାଯାଉଛି । ସେଠାରେ ଜିଲା ହସ୍ପିଟାଲରେ ଥିବା ମହନ୍ତ ନୃତ୍ୟ ଗୋପାଳଙ୍କର ସେ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ।

Share