ମୋଦିଙ୍କୁ ପୁଣି ପ୍ରଶଂସା କଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୧୫ା୭: ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେ କହିଛନ୍ତି ଯେ, ସେ ଚାହୁଁଛନ୍ତି ଭାରତୀୟ ଟଙ୍କା ଆମେରିକୀୟ ଡଲାର ସହିତ ବ୍ୟବହାର କରାଯାଉ। ସେ ମଧ୍ୟ ଶ୍ରୀଲଙ୍କାର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛନ୍ତି। ତାଙ୍କର ବିବୃତ୍ତି ଏମିତି ଏକ ସମୟରେ ଆସିଛି ଯେତେବେଳେ ସେ କିଛି ଦିନ ପରେ ଭାରତ ଗସ୍ତରେ ଆସିବାକୁ ଯାଉଛନ୍ତି। ଭାରତୀୟ ସିଇଓ ଫୋରମକୁ ସମ୍ବୋଧିତ କରିବା ସମୟରେ ରାଷ୍ଟ୍ରପତି ସିଂଘେ ଏହି ବିବୃତ୍ତି ଦେଇଛନ୍ତି।

ସେ କହିଛନ୍ତି, ବିଶ୍ୱରେ ପରିବର୍ତ୍ତନ ହେଉଛି ଏବଂ ଭାରତ ଦ୍ରୁତ ଗତିରେ ବିକାଶ କରୁଛି। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧୀନରେ।  ଓ୍ବିକ୍ରମସିଂଘେ ଦେଶକୁ ଅର୍ଥନୈତିକ ସଙ୍କଟରୁ ମୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଅର୍ଥନୀତି ଧୀରେ ଧୀରେ ଫେରି ଆସୁଛି ବୋଲି ସେ କହିଛନ୍ତି।

Share