Categories: ଜାତୀୟ

ଆଜି ମୋଦିଙ୍କୁ ଭେଟିବେ ଶ୍ରୀଲଙ୍କା ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧।୭: ଦକ୍ଷିଣ ଏସିଆ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ମଜଭୁତ କରିବା ପାଇଁ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ଦୁଇ ନେତାଙ୍କ ବୈଠକରେ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଶକ୍ତି, ବିଜୁଳି ଏବଂ ବନ୍ଦର ପ୍ରକଳ୍ପ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ବ୍ୟାପକ ବିରୋଧ ପରେ ତାଙ୍କ ପୂର୍ବ ପଦରୁ ଇସ୍ତଫା ଦେବା ପରେ ଓ୍ବିକ୍ରମସିଂଘେ ଏକ ବର୍ଷ ପୂର୍ବେ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ।
ସୂଚନାନୁସାରେ, ଏହି ଗସ୍ତ ସମୟରେ ଶ୍ରୀଲଙ୍କାର ଉତ୍ତର-ପୂର୍ବ ଉପକୂଳବର୍ତ୍ତୀ ସହର ତ୍ରିନକୋମାଲିରେ ବିକାଶ ପ୍ରକଳ୍ପ ପାଇଁ ଏକ ଚୁକ୍ତିନାମା ଘୋଷଣା କରାଯିବ। ଏହା ସହିତ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ମଧ୍ୟ ଘୋଷଣା କରାଯିବ।

Share