କିଭ୍,୧୫।୯: ଆସନ୍ତା ସପ୍ତାହରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକା ଗସ୍ତ କରିବେ। ରୁଷିଆ ସହ ଚାଲିଥିବା ଯୁଦ୍ଧ ବିଷୟରେ ସେ ଆମେରିକା ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି। ଜେଲେନସ୍କି ଗୁରୁବାର ହ୍ବାଇଟ ହାଉସରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ।
ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ବାଇଡେନ ପ୍ରଶାସନ କଂଗ୍ରେସକୁ ୨୪ ବିଲିୟନ ଡଲାର ଯୋଗାଇବାକୁ କହିଛି। ଏଥିମଧ୍ୟରୁ ୟୁକ୍ରେନକୁ ୧୩.୧ ବିଲିୟନ ଡଲାର ସାମରିକ ସହାୟତା ଏବଂ ୮.୫ ବିଲିୟନ ଡ଼ଲାର ମାନବିକ ସହାୟତା ଆକାରରେ ପ୍ରଦାନ କରାଯିବ। କେତେକ ଆମେରିକୀୟ ରାଜନେତା, ବିଶେଷକରି ରିପବ୍ଲିକାନ ପାର୍ଟି ସହିତ ଜଡିତ, ୟୁକ୍ରେନକୁ ଅଧିକ ସହାୟତା ଯୋଗାଇବାକୁ ବିରୋଧ କରିଛନ୍ତି।