Advertisement

ଜନ୍ମାଷ୍ଟମୀର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୩୦।୮: ପବିତ୍ର ଜନ୍ମାଷ୍ଟମୀର ଶୁଭ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଜନ୍ମାଷ୍ଟମୀର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ କାମନା ଜଣାଉଛି। ଏହି ଉତ୍ସବ ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନ ଚରିତ୍ର ବିଷୟରେ ଜାଣିବା ଏବଂ ତାଙ୍କ ବାର୍ତ୍ତା ପାଇଁ ନିଜକୁ ଉତ୍ସର୍ଗ କରିବାର ଏକ ସୁଯୋଗ ପ୍ରଦାନ କରିଥାଏ। ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ସୁସ୍ବାସ୍ଥ୍ୟ ଏବଂ ସମୃଦ୍ଧତା ଆଣୁ ବୋଲି ରାଷ୍ଟ୍ରପତି କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି ଲେଖିଛନ୍ତି, ଜନ୍ମାଷ୍ଟମୀ ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା। ଏହା ସହିତ ପ୍ରଧାନମନ୍ତ୍ରୀ ଜୟ ଶ୍ରୀକୃଷ୍ଣ ଲେଖିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share