Categories: ଜାତୀୟ

ଗୁରୁଦିବସର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୫।୯: ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତିି। ଦେଶର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଲେଖିଛନ୍ତି ଯେ,ମହାନ ଶିକ୍ଷାବିତ୍‌, ଦାର୍ଶନିକ ତଥା ଦେଶର ପୂର୍ବତନ ରାଷ୍ଟ୍ରପତିଙ୍କ ଜନ୍ମ ଦିନ ଅବସରରେ ଶିକ୍ଷକମାନଙ୍କୁ ମୋର ଶୁଭେଚ୍ଛା।

ସେହିପରି ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଲେଖିଛନ୍ତି, ଶିକ୍ଷକ ଦିବସରେ, ଶିକ୍ଷାଦାନ କରୁଥିବା ସମସ୍ତ ଶିକ୍ଷକଙ୍କୁ ମୋର ଅଭିନନ୍ଦନ। କୋଭିଡ୍‌-୧୯ ସମୟରେ ଶିକ୍ଷକମାନେ ଯେଭଳି ଛାତ୍ରଛାତ୍ରୀଙ୍କ ଶିକ୍ଷା ଜାରି ରଖିଛନ୍ତି ତାହା ନିଶ୍ଚିତ ପ୍ରଶଂସନୀୟ ବୋଲି ମୋଦି କହିଛନ୍ତି।

Share