Categories: ଜାତୀୟ

ବୁଦ୍ଧପୂର୍ଣ୍ଣିମା ଅବସରରେ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୪।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଦ୍ଧପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ, ବୁଦ୍ଧଦେବଙ୍କ ଧର୍ମଚକ୍ର ପରିବର୍ତ୍ତନକୁ ଇତିମଧ୍ୟରେ ୨୬୦୦ ବର୍ଷ ବିତିଛି। ବୁଦ୍ଧଦେବଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବାଣୀ ପୃଥିବୀରେ ଅହିଂସା, ବିଶ୍ୱ ଭାତୃତ୍ୱ ଏବଂ ମାନବ ଧର୍ମର ଭାବନା ସଭିଙ୍କ ମଧ୍ୟରେ ଉଦ୍‌ଜୀବିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି ଛନ୍ତି ଯେ, ଏହି ଦିନ ବୁଦ୍ଧଦେବଙ୍କ ଧର୍ମଚକ୍ର ପରିବର୍ତ୍ତନ ହୋଇଥିଲା। ତାଙ୍କ ବୌଦ୍ଧତ୍ୱ ପ୍ରାପ୍ତି ଘଟିଥିଲା। ଏହି ପବିତ୍ର ଦିନର ମହତ୍ତ୍ୱକୁ ହୃଦୟଙ୍ଗମ କରିବା ଗୁରୁତ୍ୱପୂର୍ଣ୍ଣ। ଭାରତ କରୋନା ମହାମାରୀ ଲଢ଼େଇରେ ବୁଦ୍ଧଦେବଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗକୁ ଅନୁସରଣ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

Share