Categories: ଜାତୀୟ

ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୯।୧୦: ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ମିଲାଦ୍‌-ଉନ୍‌-ନବି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଟୁଇଟ୍‌ କରି କହିଛନ୍ତି ଯେ, ମହାପୁରୁଷ ମହମ୍ମଦଙ୍କ ବାଣୀ ସମାଜରେ ସୁଖ ଶାନ୍ତି ଏବଂ ସମୃଦ୍ଧି ଆଣିଦେଉ। ସେହିପରି ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି ଯେ, ମିଲାଦ୍‌-ଉନ୍‌-ନବି ଦେଶରେ ସୁଖ, ଶାନ୍ତି ଆଣିବା ସହିତ ଭାଇଚାରାର ସମ୍ପର୍କକୁ ସୁଦୃଢ଼ କରୁ।
ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share