ବାମାକୋ, ୧୯।୮: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଏବେ ରାଜନୈତିକ ସଂକଟ ଘନେଇବାରେ ଲାଗିଛି। ସୈନ୍ୟ ବାହିନୀ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ବିରୋଧ ବିଦ୍ରୋହ କରିଛନ୍ତି। ରାଷ୍ଟ୍ରପତି ଇବ୍ରାହିମ ବାଉବକର କିତା ଏବଂ ପ୍ରଧାନମନ୍ତ୍ରୀ ବାଇବୋ ସିସେଙ୍କୁ ବନ୍ଧକ ରଖିଛନ୍ତି । ମଙ୍ଗଳବାର ରାତିରେ ସୈନ୍ୟ ବାହିନୀ ରାଜଧାନୀ ବାମାକୋରେ ଫାଇରିଙ୍ଗ୍ କରିବା ସହିତ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ବାସ ଭବନକୁ ଘେରି ରହିଥିଲେ। ରାଷ୍ଟ୍ରପତିଙ୍କୁ ପଦରୁ ହଟାଇବା ଲାଗି ବିଦ୍ରୋହୀ ଦାବି କରିଛନ୍ତି। ପୂର୍ବରୁ ୨୦୧୨ରେ ଏଭଳି ଦାବି କରାଯାଉଥିଲା। ତେବେ ଏବେ ସ୍ଥିତି ଅଧିକ ସଙ୍କଟ ଜନକ ହୋଇଥିବା କୁହାଯାଉଛି। ମାଲିର ସରକାରୀ ଟିଭି ଚ୍ୟାନେଲକୁ ବିଦ୍ରୋହୀ ବନ୍ଦ କରି ଦେଇଛନ୍ତି ।