Categories: ଜାତୀୟ

ଦେଶବାସୀଙ୍କୁ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୭।୯ : ଜନ୍ମାଷ୍ଟମୀ ପର୍ବ ସାରା ଦେଶରେ ବଡ଼ ଉତ୍ସବରେ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଜନମାଷ୍ଟମୀର ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଟୁଇଟରରେ ଲେଖିଛନ୍ତି, “ମୁଁ ଜନ୍ମାଷ୍ଟମୀର ପବିତ୍ର ପର୍ବ ଅବସରରେ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ଜନ୍ମାଷ୍ଟମୀ ପର୍ବ ଆମକୁ ଭଗବାନ ଶ୍ରୀକୃଷ୍ଣଙ୍କ ଶିକ୍ଷାକୁ ବୁଝିବା, କାର୍ଯ୍ୟକାରୀ କରିବା ଏବଂ ନିସ୍ବାର୍ଥପର କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇଥାଏ। ଭଗବାନ ଶ୍ରୀକୃଷ୍ଣ ସମଗ୍ର ମାନବିକତାକୁ ଆଶୀର୍ବାଦ ଦେଇଛନ୍ତି। ଧର୍ମର ପଥ ଅନୁସରଣ କରିବାକୁ ବାର୍ତ୍ତା ଦେଇଛନ୍ତି। ଆସ, ଏହି ଶୁଭ ଅବସରରେ ଆସନ୍ତୁ ଜନ କଲ୍ୟାଣର ଉତ୍ସାହ ସହିତ ଆଗକୁ ବଢ଼ିବା ଏବଂ ଆମ ସମାଜ ତଥା ରାଷ୍ଟ୍ରକୁ ସମୃଦ୍ଧ କରିବା ।

ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜନ୍ମାଷ୍ଟମୀ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ସମ୍ମାନ ଓ ଭକ୍ତି ପର୍ବ ସମସ୍ତଙ୍କ ଜୀବନରେ ନୂତନ ଶକ୍ତି ଏବଂ ନୂତନ ଉତ୍ସାହ ସୃଷ୍ଟି କରିବ ବୋଲି କାମନା କରିଛନ୍ତି। ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଆସୋସିଏଶନ ଅଫ ସାଉଥ ଇଷ୍ଟର୍ନ ନେସନ୍ସ ’ଏସିଆନ-ଇଣ୍ଡିଆ ସମ୍ମିଳନୀ’ ଏବଂ ଅଷ୍ଟାଦଶ ପୂର୍ବ ଏସିଆ ସମ୍ମିଳନୀରେ ଭାଗ ନେବାକୁ ଯାଇଥିବା ମୋଦି ସୋସିଆଲ ନେଟୱାର୍କିଂ ସାଇଟ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଜନମାଷ୍ଟମୀ ଅବସରରେ ଅନେକ ଅନେକ ଅଭିନନ୍ଦନ। ମୁଁ ଚାହେଁ ସମ୍ମାନ ଏବଂ ଭକ୍ତିର ଏହି ପବିତ୍ର ଉତ୍ସବ ମୋ ପରିବାରର ସମସ୍ତ ସଦସ୍ୟଙ୍କ ଜୀବନରେ ନୂତନ ଶକ୍ତି ଏବଂ ନୂତନ ଉତ୍ସାହ ସୃଷ୍ଟି କରୁ। ପ୍ରଭୁ ଶ୍ରୀକୃଷ୍ଣ ସମସ୍ତଙ୍କୁ ଦୀର୍ଘଜୀବୀ କରନ୍ତୁ।

Share