Categories: ଜାତୀୟ

ସାଇକେଲ ଚାଳକ ହେବାର ସ୍ବପ୍ନ ଦେଖିଥିଲେ, ଏମିତି ଉପହାର ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୧।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଣେ ସ୍କୁଲ ଛାତ୍ରଙ୍କୁ ରେସିଂ ସାଇକେଲ ଦେଇଛନ୍ତି। ରିୟାଜ୍‌ ନାମକ ଜଣେ ସ୍କୁଲ ଛାତ୍ର ସାଇକେଲିଷ୍ଟ ହେବାକୁ ସ୍ବପ୍ନ ଦେଖିଥିଲେ। ରାଷ୍ଟପତି ମହାନତା ପ୍ରଦର୍ଶନ କରି ରିୟାଜଙ୍କୁ ଏକ ରେସିଂ ସାଇକେଲ ପ୍ରଦାନ କରିଛନ୍ତି। କଠିନ ପରିଶ୍ରମ କରି ସାଇକେଲ ରେସିଂ ଚାମ୍ପିୟନ ହେବାକୁ ରିୟାଜଙ୍କୁ କହିଛନ୍ତି ରାଷ୍ଟ୍ରପତି। ଏହାସହ ଶନିବାର ଇଦ୍‌-ଉଲ୍‌ ଜୁହା ଥିବାରୁ ରିୟାଜଙ୍କୁ ସାଇକେଲ୍‌ ଉପହାର ଦେଇଛନ୍ତି। ସାଧାରଣତଃ ଇଦ୍‌ରେ ବଡ ମାନେ ସାନମାନଙ୍କଉ ଉପହାର ଦେବାର ପ୍ରଥା ଅଛି। ରିୟାଜ୍‌ ୯ମ ଶ୍ରେଣୀରେ ପାଠ ପଢୁଛନ୍ତି। ପରିବାର ଲୋକଙ୍କୁ ସହାୟତାରେ ପାଇଁ ସେ ହୋଟେଲରେ ପ୍ଲେଟ ମାଜନ୍ତି। କିନ୍ତୁ ସାଇକେଲିଂ ପ୍ରତି ତାଙ୍କର ଆଗ୍ରହ ରହିଛି। ୨୦1୧୭ରେ ସାଇକେଲ ଚାମ୍ପୟନ୍‌ଶିପ୍‌ର ଭାଗ ନେଇ ସେ ବ୍ରୋଞ୍ଚ ପଦକ ଜିତିଥିଲେ।

Share