Categories: ଜାତୀୟ

ମକର ସଂକ୍ରାନ୍ତି, ଲୋରି, ବିହୁ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୩ ।୧: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲୋରି, ମକର ସଂକ୍ରାନ୍ତି, ପୋଙ୍ଗଲ, ଭୋଗଲି ବିହୁ, ଉତ୍ତରାୟଣ ଓ ପୌଷ ପର୍ବ ଅବସରରେ ଦେଶ ଓ ବିଦେଶରେ ଥିବା ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁସାରେ କୋବିନ୍ଦ କହିଛନ୍ତି ଆମ ଦେଶରେ ପାଳନ କରାଯାଉଥିବା ଅଧିକାଂଶ ପର୍ବପର୍ବାଣୀ ପ୍ରକୃତି ଓ କୃଷି ସହ ଥିବା ଆମର ଅଭିନ୍ନ ସମ୍ପର୍କକୁ ଦର୍ଶାଇଥାଏ । କୋବିନ୍ଦ କହିଛନ୍ତି ଭଲ ଫସଲ ଉତ୍ପାଦନର ଆନନ୍ଦ ନେଇ ଏସବୁ ପର୍ବ ପାଳନ କରାଯାଇଥାଏ ଓ ଏହା ଆମର ପରିବେଶକୁ ସୁସ୍ଥ ରଖିବାର ଆବଶ୍ୟକତାକୁ ଦର୍ଶାଇଥାଏ । ଏହା କେବଳ ଭାରତର ବିବିଧତାର ଉଦାହରଣ ନୁହେଁ ବରଂ ଆମ ଦେଶର ବିବିଧତା ମଧ୍ୟରେ ଏକତାର ଉଦାହରଣ । ରାଷ୍ଟ୍ରପତି କହିଛନ୍ତି, ମୁଁ ଈଶ୍ୱରଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛି ଏହି ପର୍ବ ଲୋକଙ୍କ ମଧ୍ୟରେ ଭାଇଚାରାର ଭାବନାର ବିକାଶ କରିବା ସହ ଆମ ଦେଶରେ ସବୃଦ୍ଧି ଓ ସୁଖ ଅତୁଟ ରଖୁ ।

Share