Categories: ଜାତୀୟ

ସରୋଗେସି ଆଇନକୁ ଅନୁମତି: ଏହାକୁ ନେଇ ଆଉ ହୋଇପାରିବନି ବ୍ୟବସାୟ

ନୂଆଦିଲ୍ଲୀ,୨୭ ।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ସରୋଗେସି ଅଧିନିୟମ ୨୦୨୧କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଶନିବାର ରାଷ୍ଟ୍ରପତି ଏହାକୁ ମଞ୍ଜୁରୀ ବେଦା ସହ ଗେଜେଟ ପ୍ରକାଶ ପରେ ଏହା ଲାଗୁ ହୋଇଯାଇଛି । ଏଥିରେ ସରୋଗେସିକୁ ମାନ୍ୟତା ଦେବା ଓ ଏହାର ବ୍ୟବସାୟୀକରଣକୁ ବେଆଇନ କରିବାର ପ୍ରାବଧାନ ରହିଛି । ବେଆଇନ ଭାବେ ଯେଉଁମାନେ ଏହାର ବ୍ୟବସାୟ କରୁଥିଲେ ଏବେ ଏହା ଉପରେ ଅଙ୍କୁଶ ଲାଗିବ । ଏହା ମାଧ୍ୟମରେ କେବଳ ମାତୃତ୍ୱ ପ୍ରାପ୍ତ କରିବାକୁ ସରୋଗେସିକୁ ଅନୁମତି ମିଳିବ । ଏଥିରେ ସରୋଗେଟ ମା’ଙ୍କୁ ଗର୍ଭଧାରଣ ସମୟରେ ଚିକିତ୍ସା ଖର୍ଚ୍ଚ ଓ ବୀମା କଭରେଜ ବ୍ୟତୀତ ଅନ୍ୟ କୌଣସି ଆର୍ଥିକ ସାହାଯ୍ୟ ମିଳିବ ନାହିଁ । ତେବେ ଚିକିତ୍ସା ଆଧାରରେ ଯେଉଁମାନେ ସନ୍ତାନ ପ୍ରସବ କରିବାକୁ ସକ୍ଷମ ନ ହୋଇଥିବେ କେବଳ ସେହିମାନଙ୍କୁ ସରୋଗେସି ପାଇଁ ଅନୁମତି ମିଳିବ । ପୂର୍ବରୁ ଏହାକୁ ବ୍ୟବସାୟ ଭାବେ ବ୍ୟବହାର କରାଯାଉଥିବା ବେଳେ ଏବେ ଏହା ଉପରେ ଅଙ୍କୁଶ ଲାଗି ପାରିବ । ଏହି ଆଇନ ମାଧ୍ୟମରେ ସନ୍ତାନ ଜନ୍ମ ପରେ ବିକ୍ରି କରିବା , ବେଶ୍ୟା ବୃତ୍ତି କରିବା ଓ ଅନ୍ୟ ପ୍ରକାର ଶୋଷଣ ଉପରେ ପ୍ରତିବନ୍ଧକ ଲାଗିପାରିବ ।

Share