ଗୋରଖପୁର,୨୮ ।୮: ଚାରି ବର୍ଷ ମଧ୍ୟରେ ଦ୍ୱିତୀୟଥର ପାଇଁ ଗୋରଖପୁର ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶନିବାର ସେ ଭଟହଟର ପିପରିଠାରେ ରାଜ୍ୟର ପ୍ରଥମ ଆୟୁଷ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି । ରାଷ୍ଟ୍ରପତି ସକାଳେ ବାୟୁସେନା ବିମାନ ଯୋଗେ ଗୋରଖପୁର ବିମାନବନ୍ଦରରେ ପହଞ୍ଚିବା ସହ ସେଠାରୁ ବାୟୁସେନା ହେଲିକପ୍ଟରରେ ଭଟହଟର ପିପରି ପହଞ୍ଚିଥିଲେ । ଶିଳାନ୍ୟାସ ସମାରୋହରେ ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ, ରାଜ୍ୟପାଳ ଆନନ୍ଦି ବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଉପସ୍ଥିତ ଥିଲେ ।