Categories: ଜାତୀୟ

ରାଷ୍ଟ୍ରପତି ଅସୁସ୍ଥ: ଛାତିରେ ଯନ୍ତ୍ରଣା ଯୋଗୁ ଆର୍ମି ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୬।୩: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଶୁକ୍ରବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସକାଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀରେ ଥିବା ଆର୍ମି ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କର ରୁଟିନ୍‌ ଯାଞ୍ଚ କରାଯିବା ସହ ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍‌ରେ କୁହାଯାଇଛି।

ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟ ବିଷୟରେ ଜଣାପଡ଼ିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। କୋବିନ୍ଦଙ୍କ ପୁଅଙ୍କ ସହ ସେ କଥା ହେବା ସହ ତାଙ୍କର ଶୀଘ୍ର ଆରୋଗ୍ୟ ହେବାର କାମନା କରିଛନ୍ତି।

ପ୍ରକାଶ ଯେ, କିଛି ଦିନ ପୂର୍ବରୁ ରାଷ୍ଟ୍ରପତି କରୋନା ଟିକାର ପ୍ରଥମ ଡୋଜ୍‌ ନେଇଥିଲେ। ସେ ନିଜେ ତାଙ୍କ ସ୍ତ୍ରୀଙ୍କ ସହ ଡାକ୍ତରଖାନା ଯାଇ ଟିକା ନେଇଥିଲେ।

Share