Categories: ଜାତୀୟ

ଦେଶବାସୀଙ୍କୁ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୯: ସମଗ୍ର ଦେଶରେ ଗଣେଶ ଚତୁର୍ଥୀ ଧୁମ୍‌ଧାମରେ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କରୋନା ନିୟମ ପାଳନ ଉତ୍ସବ ପାଳିବାକୁ ରାଷ୍ଟ୍ରପତି ଲୋକଙ୍କୁ ନିବେଦନ କରିଛନ୍ତି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଟୁଇଟ୍‌ କରି କହିଛନ୍ତି, ଗଣପତି ବାପ୍ପା ମୋରିଆ! ଗଣେଶ ଚତୁର୍ଥୀର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ମୁଁ ଆଶା କରେ ଯେ ବିଘ୍ନ ବିନାଶକ ପ୍ରଭୁ ଗଣେଶ କରୋନା ବିରୋଧରେ ଆମର ଉଦ୍ୟମକୁ ସଫଳ କରନ୍ତୁ ଏବଂ ସମସ୍ତଙ୍କୁ ସୁଖ ଏବଂ ଶାନ୍ତି ପ୍ରଦାନ କରନ୍ତୁ। ଆସନ୍ତୁ ସମସ୍ତେ ଏକ ସହଭାଗୀ ଅନୁକୂଳ ଆଚରଣ କରି ଏହି ପର୍ବ ପାଳନ କରିବା। ଏଥି ସହ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରି କହିଛନ୍ତି ଯେ, ଗଣେଶ ଚତୁର୍ଥୀର ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ଏହି ଶୁଭ ଉତ୍ସବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ଶୁଭଫଳ ଏବଂ ଉତ୍ତମ ସ୍ବାସ୍ଥ୍ୟ ପ୍ରାନ୍ତ ହେଉ। ଗଣପତି ବାପ୍ପା ମୋରିଆ!

Share