Categories: ଜାତୀୟ

ଲା ଗଣେଶନ ମଣିପୁରର ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ,୨୨ ।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲା ଗଣେଶନଙ୍କୁ ମଣିପୁରର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି । ଗଣେଶନ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା । ଏହା ବ୍ୟତୀତ ସେ ତାମିଲନାଡୁ ଭାରତୀୟ ଜନତା ପାର୍ଟି(ଭାଜପା)ର ଅଧ୍ୟକ୍ଷ ପଦରେ ବି କାମ କରି ସାରିଛନ୍ତି । ଏହାସହ ସେ ଭାଜପାର ବିଭିନ୍ନ ପଦରେ ରହି ଦଳକୁ ମଜଭୁତ କରିବାରେ ସାହାଯ୍ୟ କରିଛନ୍ତି । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ବି କିଛି ରାଜତ୍କର ରାଜ୍ୟପାଳ ବଦଳି ହୋଇଥିଲେ । ସେହି ସମୟରେ ବି ରାଜ୍ୟପାଳ ନିଯୁକ୍ତ ହୋଇଥିଲେ ।

Share