Categories: ଜାତୀୟ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ,୨୭।୯: କୃଷକ ତଥା ବିଭିନ୍ନ ରାଜନୈତିକ ଦଳର ବିରୋଧ ମଧ୍ୟରେ ରବିବାର କୃଷି ବିଲ୍‌ ସମେତ ୩ଟି ବିଲ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ଲଗାଇଛନ୍ତି। ମୋଦି ସରକାରରେ ସହଯୋଗୀ ଥିବା ଶିରୋମଣି ଅକାଳୀ ଦଳ ମଧ୍ୟ ଏହି ବିଲ୍‌କୁ ବିରୋଧ କରିଥିଲା। ସଂସଦର ମୌସୁମୀ ଅଧିବେଶନରେ ଏହି ବିଲ୍‌କୁ ବିରୋଧ କରି ଅକାଳୀ ଦଳର ହରସିମରତ କୌର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ସରକାରଙ୍କ ମନୋଭାବରେ କୌଣସି ପରିବର୍ତ୍ତନ ନ ହେବାରୁୁ ଅସନ୍ତୁଷ୍ଟ ଅକାଳୀ ଦଳ ଏନଡିଏଠାରୁ ଅଲଗା ହୋଇଯାଇଥିଲା। କଂଗ୍ରେସ ସମେତ ଅନ୍ୟାନ୍ୟ ଦଳ କ୍ରମାଗତ ଭାବରେ କୃଷି ବିଲକୁ ବିରୋଧ କରିଥିଲେ। ବିଲ୍‌ରେ ଦସ୍ତଖତ ନ କରିବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲେ। ଏହାସତ୍ତ୍ୱେ ରାଷ୍ଟ୍ରମତି ବିଲ୍‌କୁ ଅନୁମୋଦ କରିଛନ୍ତି।

Share