Categories: ଜାତୀୟ

ରାମାୟଣ କନକ୍ଲେଭର ଉଦ୍‌ଘାଟନ କଲେ ରାଷ୍ଟ୍ରପତି

ଲକ୍ଷ୍ନୌ,୨୯ ।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିନିକିଆ ଅଯୋଧ୍ୟା ଗସ୍ତରେ ଅଛନ୍ତି । ରବିବାର ତାଙ୍କର ସୁରକ୍ଷା ଓ ସ୍ୱାଗତକୁ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଅଯୋଧ୍ୟାର ପ୍ରତିଟି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଡ୍ରୋନ କ୍ୟାମେରା ସହ ପାରାମିଲିଟାରୀ ଫୋର୍ସ ବି ମୁତୟନ ଅଛନ୍ତି । ପୁରା ରାମନଗରୀରେ ସିସିଟିଭି କ୍ୟାମେରା ବି ଲଗାଯାଇଛି । ରାଷ୍ଟ୍ରପତି ପ୍ରଥମେ ରାମକଥା ପାର୍କରେ ପହଞ୍ଚି ଦିପ ଜଳାଇ ରାମାୟଣ କନକ୍ଲେଭର ଶୁଭାରମ୍ଭ କରିଛନ୍ତି । ଏହି ସମୟରେ ତାଙ୍କ ସହ ରାଜ୍ୟପାଳ ଆନନ୍ଦି ବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଉପସ୍ଥିତି ଅଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାମନାମୀ ଘୋଡାଇ ଓ ରାମ ଦରକାରର ଫଟୋ ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି । ରାଜ୍ୟପାଳ ଆନନ୍ଦି ବେନ ପଟେଲ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ ତଥା ଦେଶର ପ୍ରଥମ ମହିଳାଙ୍କୁ ବନାରସୀ ଶାଢୀ ଉପହାର ଦେଇଛନ୍ତି ।

Share