Categories: ଜାତୀୟ

ତ୍ରିରଙ୍ଗାର ଅପମାନ ଦୁର୍ଭାଗ୍ୟଜନକ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୯ ।୧: କରୋନା ମହାମାରୀର କଡା କଟକଣା ଭିତରେ ଶୁକ୍ରବାର ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ । ପ୍ରଥମେ ରାଷ୍ଟପତି ରାମନାଥ କୋବିନ୍ଦ ଅଧିବେଶନକୁ ସାମ୍ବାଧିତ କରିଛନ୍ତି । ଆସନ୍ତା ଆର୍ଥିକ ବର୍ଷରେ ସରକାରଙ୍କ ଯୋଜନାକୁ ନେଇ ରାଷ୍ଟ୍ରପତି ଦୃଷ୍ଟି ଆକର୍ଷଣ କରିବେ । ତେବେ ପୂର୍ବରୁ କଂଗ୍ରେସ ସମେତ ପ୍ରାୟ ୧୮ଟି ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବାକୁ ଘୋଷଣା କରିଛନ୍ତି । ବଜେଟ୍ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ସଦସ୍ୟଙ୍କୁ ଗୃହରେ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ସରକାର ସବୁ ବିଷୟକୁ ନେଇ ଆଲୋଚନା କରିବାକୁ ରାଜି ତୋଣୁ ଏହି ଅଧିବେଶନ ଭଲ ହେବ ବୋଲି ମୋର ଆଶା । ତେବେ ସାଧାରଣତନ୍ତ୍ର ଦିବସରେ ଲାଲ କିଲାରେ ତ୍ରିରଙ୍ଗାକୁ ଯେଉଁଭଳି ଭାବରେ ଅପମାନ କରାଗଲା ତାହା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି । ସେ କହିଛନ୍ତି ଯେଉଁ ସମ୍ବିଧାନ ଆମକୁ ସ୍ୱାଧିନତା ପ୍ରଦାନ କରିଛି ତାହା ମଧ୍ୟ ଆମକୁ ଶିଖାଇଛି ଆଇନ ଓ ନିୟମକୁ କିପରି ପାଳନ କରାଯାଏ । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ବସିଥିବା କୃଷକମାନେ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ଲାରି ବାହାର କରିଥିଲେ । ଏମାନେ ବଳ ପୂର୍ବକ ଲାଲ କିଲାରେ ପହଞ୍ଚି ସେଠାରେ ତିରଙ୍ଗାର ଅପମାନ କରିଥିଲେ ।

Share