ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି

ଭୁବନେଶ୍ୱର,୨୬ା୧୧:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରବିବାର ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସୋମବାର ରାଷ୍ଟ୍ରପତି ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବାକୁ ଥିବାବେଳେ ଭର୍ଚୁଆଲି ସେ ଏକ ମଲ୍ଟି-ମଡେଲ୍‌ ଲଜିଷ୍ଟିକ୍ସ ପାର୍କ ଉଦ୍‌ଘାଟନ କରିବେ। ଏଥିସହିତ ରାଷ୍ଟ୍ରପତି ପାରାଦୀପ ସହର ପାଇଁ ଏକ ନୂଆ ରିଜର୍ଭୟର ଏବଂ ଜଳ ବିଶୋଧନ ପ୍ଲାଣ୍ଟର ଶିଳାନ୍ୟାସ କରିବେ। ପରବର୍ତ୍ତୀ ପିଢ଼ିର ଜାହାଜ ଟ୍ରାଫିକ୍‌ ପରିଚାଳନା ଏବଂ ସୂଚନା ସିଷ୍ଟମକୁ ମଧ୍ୟ ରାଷ୍ଟ୍ରପତି ଶିଳାନ୍ୟାସ କରିବେ ବୋଲି ରାଷ୍ଟ୍ରପତି ଭବନ ସୂତ୍ରରୁ କୁହାଯାଇଛି। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ପାରାଦୀପର ମତ୍ସ୍ୟଜୀବୀମାନଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

 

Share