ତୁର୍କୀର ଭୂକମ୍ପ ହଲାଇଦେଲା ଏର୍ଦୋଗନଙ୍କ ରାଜନୈତିକ କିଲା!

ଅଙ୍କାରା,୧୩ ।୨: ଗତ ସପ୍ତାହରେ ତୁର୍କୀରେ ଆସିଥିବା ବିନାଶକାରୀ ଭୂକମ୍ପ ଯୋଗୀ ହଜାର ହଜାର ଲୋକ ସମୟ ପୂର୍ବରୁ ଏହି ପୃଥିବୀରୁ ବିଦାୟ ନେଇଛନ୍ତି । ହେଲେ ଏବେ ଏହି ଭୂକମ୍ପକୁ ନେଇ ତୁର୍କୀର ଲୋକଙ୍କ ମନରେ ରାଗ ଉପୁଜିଛି । ଏବେ ଏହି ଭୂକମ୍ପ ତୁର୍କୀର ରାଷ୍ଟ୍ରପତି ରେସେପ ତୈୟପ ଏର୍ଦୋଗନଙ୍କ ବିଦାୟୀର କାରଣ ହୋଇପାରେ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ତୁର୍କୀରେ ଫେବୃୟାରୀ ୬ରେ ଆସିଥିବା ୭.୮ ତୀବ୍ରତାର ଭୂକମ୍ପରେ ଏବେ ପର୍ଯ୍ୟନ୍ତ ୩୩ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି । ହଜାର ହଜାର ସଂଖ୍ୟାରେ ଲୋକେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ । ଏହି ଭୂକମ୍ପରେ ତୁର୍କୀ ଇତିହାସରେ ସବୁଠାରୁ ଶକ୍ତିଶାଳୀ ନେତାଙ୍କ ମଧ୍ୟରୁ ଜଣେ ରେସେପ ତୈପର ଏର୍ଦୋଗନଙ୍କ ରାଜନୈତିକ କିଲାକୁ ହଲାଇ ଦେଇଛି । ଭୂକମ୍ପରେ ହଜାର ହଜାର ବଡ ବଡ କୋଠା ତାସ ଘର ଭଳି ମାଟିରେ ମିଶିଯାଇଛି । ଆଉ ଏହାକୁ ନେଇ ସ୍ଥାନୀୟ ଲୋକେ ସରକାରଙ୍କ ଉପରେ ଖପ୍ପା ହୋଇଛନ୍ତି ।

Share