Categories: ଜାତୀୟ

‘ରାଷ୍ଟ୍ରପତିଙ୍କୁ ଭେଟି କ୍ଷମା ମାଗିବି’

ନୂଆଦିଲ୍ଲୀ,୨୮।୭: କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଦେଶର ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ସମ୍ବୋଧିତ କରିଛନ୍ତି। ଏହି ବିବାଦୀୟ ବିବୃତ୍ତି ଉପରେ ଭାଜପା କଂଗ୍ରେସକୁ ଘେରି ରହିଛି। ଏବେ ଅଧୀର ରଞ୍ଜନ ନିଜେ ଏହି ପ୍ରସଙ୍ଗରେ କ୍ଷମା ମାଗିବେ ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି,ସେ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ମାଗିବେ, କିନ୍ତୁ ଅନ୍ୟ କାହାକୁ ନୁହେଁ।
ବିବାଦ ବଢିବାରେ ପରେ ଅଧୀର ରଞ୍ଜନ କହିଛନ୍ତି, ଯେତେବେଳେ ଖବରଦାତା ପ୍ରଶ୍ନ ପଚାରିଥିଲେ, ମୁଁ ଠିକ୍‌ ଭାବେ ଶୁଣି ପାରି ନ ଥିଲି। ତିନିଥର ମୁଁ ରାଷ୍ଟ୍ରପତି କହିଥିଲି ଏବଂ ଥରେ ପତ୍ନୀ ହୋଇଗଲା। ମୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କ୍ଷମା ମାଗିବି। ମୁଁ ତାଙ୍କଠାରୁ ଶନିବାର ସମୟ ମାଗିଛି। କିନ୍ତୁ ମୁଁ ଏହି କପଟୀମାନଙ୍କୁ କ୍ଷମା ମାଗିବି ନାହିଁ। ମୁଁ ଭୁଲ କରିଛି। ମୁଁ ବଙ୍ଗାଳୀ, ମୁଁ ହିନ୍ଦୀ ଭାଷାରେ ସେତେଟା ଅଭ୍ୟସ୍ତ ନୁହେଁ। ତେଣୁ ମୁଁ ଖବରଦାତାଙ୍କ କଥାକୁ ବୁଝିପାରିଲି ନାହିଁ। ମୁଁ ଦେଶର ସର୍ବୋଚ୍ଚ ନେତାଙ୍କୁ ଅପମାନିତ କରିବାକୁ କେବେ ଚାହିଁନାହିଁ। ମୁଁ ଥରେ ନୁହେଁ ବରଂ ୧୦୦ ଥର କହିଛି ଯେ, ମୁଁ ଭୁଲ କରିଛି।
ସୂଚନାଯୋଗ୍ୟ, ବୁଧବାର ଘରୋଇ ଚ୍ୟାନେଲର ଏକ କାର୍ଯ୍ୟକ୍ରମରେ ଅଧୀର ରଂଜନ ରାଷ୍ଟ୍ରପତି ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ଭାବରେ ସମ୍ବୋଧିତ କରିଥିଲେ। ଏହା ପରେ ଭାଜପା ତାଙ୍କୁ ଘେରିଛି।

Share