Categories: ଜାତୀୟ

ଟୁଇଟର ୱାର: ପ୍ରିୟଙ୍କା ଗାନ୍ଧୀ ଟୁଇଟର ପ୍ରୋଫାଇଲରେ ଲଗାଇଲେ ରାହୁଲଙ୍କ ଫଟୋ

ନୂଆଦିଲ୍ଲୀ,୧୨ ।୮: ଟୁଇଟର ଓ କଂଗ୍ରେସ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଟୁଇଟର ଆକାଉଣ୍ଟ ଲକ୍ ହେବା ପରେ ଏହାକୁ ସମସ୍ତେ ବିରୋଧ କରିଛନ୍ତି । ଗୁରୁବାର ଯୁବ କଂଗ୍ରେର ଅଧ୍ୟକ୍ଷ ଶ୍ରୀନିବାସ ବିଭି ନିଜ ଟୁଇଟରରେ ନାଁ ବଦଳାଇ ରାହୁଲ ଗାନ୍ଧୀ କରିଦେବା ସହ ରାହୁଲଙ୍କ ଫଟୋ ମଧ୍ୟ ଲଗାଇ ଦେଇଥିବା ଦେଖାଯାଇଛି । ସେହିପରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବି ନିଜପ୍ରୋଫାଇଲେ ଫଟୋ ପରିବର୍ତ୍ତନ କରି ରାହୁଲ ଗାନ୍ଧୀଙ୍କ ଫଟୋ ଲଗାଇ ଦେଇଛନ୍ତି । ଆହୁରି କେତେଜଣ ନେତା ବି ନିଜ ନାଁ ବଦଳାଇ ଦେଇଥିବା ବେଳେ ପ୍ରୋଫାଇଲ ଫଟୋ ବି ବଦଳାଇ ଦେଇଛନ୍ତି । ଏହାକୁ ନେଇ ପ୍ରିୟଙ୍କା କହିଛନ୍ତି କେବଳ କଂଗ୍ରେସ ନେତାଙ୍କ ଆକାଉଣ୍ଟକୁ ଟୁଇଟର ଲକ୍ କରୁଛି । ସେ ପ୍ରଶ୍ନ କରିଛନ୍ତି ଯେ ଟୁଇଟର ଆକାଉଣ୍ଟ ସିଲ କରିବା ଅର୍ଥ ଏହା ମୋଦି ସରକାରଙ୍କ ନୀତିର ବ୍ୟବହାର । ଏହା କରିବା ଦ୍ୱାରା ଟୁଇଟର ଦେଶରେ ଲୋକତନ୍ତ୍ରକୁ ପାଦତଳେ ଦଳି ଦେବା ସହ ଭାରତୀୟ ଜନତା ପାର୍ଟି(ଭାଜପା)ହାତରେ ହାତ ମିଳାଇବା ଭଳି । ଏହାସହ ଶ୍ରୀନିବାସ ଟୁଇଟ୍ କରି କହିଛନ୍ତି କେତେ ସମୟ ଟୁଇଟର ଏମିତି କରିବ । କଂଗ୍ରେସର ପ୍ରତିଟି କର୍ମୀ ରାହୁଲଙ୍କ ଫଟୋ ଲଗାଇବେ ବୋଲି ସେ କହିଛନ୍ତି ।

Share