ନୂଆଦିଲ୍ଲୀ, ୧୪।୯ : ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ୧୭ରୁ ୧୯ ସେପ୍ଟେମ୍ବର ୨୦୨୨ରେ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଯାଇ ଭାରତୀୟ ଦଳ ସହ ଯୋଗଦେବେ ଏବଂ ଭାରତ ସରକାରଙ୍କ ତରଫରୁ ସମବେଦନା ଜଣାଇବେ।
ବୁଧବାର ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।
ବିଶ୍ୱର ୫୦୦ରୁ ଅଧିକ ମାନ୍ୟଗଣ୍ୟ ବ୍ୟକ୍ତି ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ପ୍ରମୁଖ କୂଟନୈତିକ, ରାଜା ତଥା ରାଣୀ, ରାଜ୍ୟ ମୁଖ୍ୟ, ସରକାରୀ ମୁଖ୍ୟ ତଥା ବିଦେଶୀ ବ୍ୟକ୍ତିଙ୍କ ପ୍ରମୁଖ ରହିଛନ୍ତି।