ପଳାୟନ କରିବିନି ଅସ୍ତ୍ର ଧରିବି

କ୍ୱିଭ,୨୬।୨: ଯୁଦ୍ଧର ତୃତୀୟ ଦିନରେ ବି ରୁଷିଆ ସୈନ୍ୟ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଇତିମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ୟୁକ୍ରେନ ଛାଡିବା ନେଇ ଆମେରିକାର ଅଫରକୁ ଜେଲେନ୍‌ସ୍କି ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ସେ କହିଛନ୍ତି, କୌଣସି ବି ପରିସ୍ଥିତିରେ ବି ମୁଁ ପଳାୟନ କରିବିନାହିଁ, ଦୃଢ଼ତାର ସହ ଯୁଦ୍ଧ କରିବି। ଯଦି ପାରୁଛ ଅସ୍ତ୍ର ଯୋଗାଇଦିଅ। ସୂଚନା ମୁତାବକ, ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଦେଶ ଛାଡ଼ି କ୍ୱିଭକୁ ପଳାଇବା ପାଇଁ ଆମେରିକା ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଜେଲେନ୍‌ସ୍କି ଏହି ପ୍ରସ୍ତାବକୁ ସଫାସଫା ମନା କରିଦେଇଛନ୍ତି। ଏଥିସହ ସେ ପଳାୟନପନ୍ଥୀ ନୁହନ୍ତି ବୋଲି କହିଛନ୍ତି। ଯଦି ଆମେରିକା ସହାୟତା କରିବାକୁ ଚାହୁଁଛି ତେବେ ଅସ୍ତ୍ର ଓ ଗୁଳିଗୋଳା ଯୋଗାଇଦେବାକୁ ଜେଲେନ୍‌ସ୍କି କହିଛନ୍ତି। ସୂଚନାଯୋଗ୍ୟ, ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରାଷ୍ଟ୍ରପତି ଜେଲେନ୍‌ସ୍କି ଦେଶ ଛାଡ଼ି ପଳାୟନ କରିବେ ବୋଲି ଏକ ଖବର ସାମ୍ନାକୁ ଆସିଥିଲା। ଏହାପରେ ରାଷ୍ଟ୍ରପତି ଏକ ଭିଡିଓ ଜାରି କରି କହିଥିଲେ, ସେ ନିଜ ଦେଶ ୟୁକ୍ରେନରେ ହିଁ ଅଛନ୍ତି।

Share