Categories: ଜାତୀୟ

ଇଦ୍‌-ଉଜ୍‌-ଜୁହା ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୭: ଆଜି ପବିତ୍ର ଇଦ୍‌-ଉଜ୍‌-ଜୁହା। ଏହି ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ପ୍ରଧାନମନ୍ତ୍ରୀ ଦେଶର ମୁସଲମାନ ଭାଇ-ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କୋଭିଡ ପ୍ରୋଟୋକଲ ଅନୁସରଣ କରି ଉତ୍ସବ ପାଳନ କରିବାକୁ ନିବେଦନ କରିଥିଲେ। ରାଷ୍ଟ୍ରପତି ଭବନଙ୍କ ଏକ ଟୁଇଟ ଅନୁଯାୟୀ ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି- ସମସ୍ତ ଦେଶବାସୀଙ୍କୁ ଇଦ ମୁବାରକ। ଇଦ-ଉଜ୍‌-ଜୁହା ହେଉଛି ପ୍ରେମ, ତ୍ୟାଗଏବଂ ବଳିଦାନର ଭାବନାକୁ ସମ୍ମାନ ଦେବା ଏବଂ ଏକ ମିଳିତ ସମାଜରେ ଏକତା ଏବଂ ଭାଇଚାରା ପାଇଁ ମିଳିମିଶି କାର୍ଯ୍ୟ କରିବା। ଆସନ୍ତୁ, କୋଭିଡ -୧୯ ବିରୋଧରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ସମାଜର ପ୍ରତ୍ୟେକ ବିଭାଗର କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ଏକ ପ୍ରତିଶ୍ରୁତି ନେବା। ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି- ଇଦ ମୁବାରକ! ଇଦ-ଉଜ୍‌-ଜୁହା ଅବସରରେ ହାର୍ଦ୍ଦିକ ଅଭିନନ୍ଦନ। ଏହି ଦିନ ସାମୂହିକ ସହାନୁଭୂତି, ସୌହାର୍ଦ୍ଦ୍ୟ ଏବଂ ସେବାରେ ସମର୍ପଣ ଆତ୍ମାକୁ ଆଗକୁ ବଢାଯାଉ ବୋଲି ସେ କହିଛନ୍ତି।

Share