ବୁଚା ଗସ୍ତରେ ଜେଲେନ୍‌ସ୍କି

ବୁଚା,୪।୪: ଏକ ମାସରୁ ଅଧିକ ହେବ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ଜାରି ରଖିଛି। ୟୁକ୍ରେନର ବିଭିନ୍ନ ସହର ଗୁଡ଼ିକ ଉପରେ ରୁଷିଆ ସୈନ୍ୟ ଗୁଳିମାଡ଼ ଓ ମିଶାଇଲ ଆକ୍ରମଣକୁ ଜୋରଦାର କରିଛନ୍ତି। ଇତିମଧ୍ୟରେ ସୋମବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ବୁଚା ସହର ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ସେ ସ୍ଥାନୀୟବାସିନ୍ଦାଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ଏଥିସହ ଜେଲେନ୍‌ସ୍କି ଅଭିଯୋଗ କରିଛନ୍ତି ଯେ, ରୁଷିଆ ୟୁକ୍ରେନରେ ଯୁଦ୍ଧ ଅପରାଧ ଘଟାଇବା ସହ ନରସଂହାର କରୁଛି। ସୂଚନାଯୋଗ୍ୟ, ବୁଚା ସହରରେ ସଶସ୍ତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ଅନେକ ସ୍ଥାନରେ ସ୍ଥାନୀୟବାସିନ୍ଦାଙ୍କ ମୃତଦେହ ଉଦ୍ଧାର ହେଉଛି। ତେବେ ରୁଷୀୟ ସୈନ୍ୟ ନରସଂହାର କରୁଛନ୍ତି ବୋଲି ୟୁକ୍ରେନ ଅଭିଯୋଗ କରିଛି। ଅନ୍ୟପଟେ ରୁଷିଆ ସହିତ ଶାନ୍ତି ଆଲୋଚନା କରିବା ସମ୍ଭବ କି ବୋଲି ଜେଲେନ୍‌ସ୍କିଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତର ସେ ହଁ କହିଛନ୍ତି। କାରଣ ୟୁକ୍ରେନକୁ ଶାନ୍ତିରେ ମିଳିବା ଉଚିତ୍‌। ଆମେ ଏକବିଂଶ ଶତାବ୍ଦୀର ୟୁରୋପରେ ଅଛୁ। ତେଣୁ ଆମେ ଆମର ରାଜନୈତିକ ଓ ସୈନ୍ୟ ଉଦ୍ୟମ ଜାରି ରଖିବୁ ବୋଲି ଜେଲେନ୍‌ସ୍କି କହିଛନ୍ତି।

Share