ତାମିଲଙ୍କ ସମର୍ଥନ ପାଇଁ ଆହ୍ବାନ କଲେ ରାଷ୍ଟ୍ରପତି ବିକ୍ରମସିଂଘେ: ଭାରତ ଜାଫନା ସାଂସ୍କୃତିକ କେନ୍ଦ୍ର ଲୋକାର୍ପିତ…

କଲମ୍ବୋ,୧୧।୨ : ଶ୍ରୀଲଙ୍କାରେ ଜାତିଗତ ସମସ୍ୟାର ସମାଧାନ ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଶନିବାର କହିଛନ୍ତି। ସଂଘର୍ଷ ପ୍ରଭାବିତ ଉତ୍ତର ଅଞ୍ଚଳର ବିକାଶରେ ତାମିଲ ଦେଶବାସୀଙ୍କ ଅଂଶଗ୍ରହଣର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ଜାଫନାରେ ରାଜ୍ୟ ଅଧିକାରୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି ବିକ୍ରମମସିଂଘେ ଆଶା ପ୍ରକାଶ କରିଛନ୍ତି ଯେ ଟ୍ରିନକୋମାଲିର ପୂର୍ବ ବନ୍ଦରର ବିକାଶରେ ଭାରତ ସହଯୋଗ କରିବ। ଅର୍ଥନୈତିକ ବିକାଶ କାର୍ଯ୍ୟକ୍ରମ ସହିତ ଆମକୁ ଉତ୍ତର ଅଞ୍ଚଳପାଇଁ ପ୍ରମୁଖ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପଡିବ।

ଏହି ଯୁଦ୍ଧ ଉତ୍ତର ଅର୍ଥନୀତିକୁ ନଷ୍ଟ କରି ଦେଇଛି। ଯୁଦ୍ଧ ଶେଷ ହେବାର ୧୪ ବର୍ଷ ପରେ, ଯେଉଁ ବିକାଶ ଘଟିଛି ତାହା ପର୍ଯ୍ୟାପ୍ତ ନୁହେଁ। ୧୯୮୩ରୁ ୨୦୦୯ ପର୍ଯ୍ୟନ୍ତ ଶ୍ରୀଲଙ୍କା ଗୃହଯୁଦ୍ଧର ସମ୍ମୁଖୀନ ହୋଇଥିଲା।

ଲିବରେଶନ ଟାଇଗର୍ସ ଅଫ ତାମିଲ ଏଲାମ ନେତୃତ୍ୱରେ ଏକ ଦ୍ୱୀପ ଦେଶର ଉତ୍ତର ଏବଂ ପୂର୍ବ ପ୍ରଦେଶରେ ଏକ ପୃଥକ ତାମିଲ ମାତୃଭୂମି ପ୍ରତିଷ୍ଠା ପାଇଁ ଏକ ଅଭିଯାନ ହୋଇଥିଲା। କିନ୍ତୁ ଏହାର ସୁପ୍ରିମୋ ଭେଲୁପିଲ୍ଲାଇଙ୍କ ହତ୍ୟା ପରେ ୧୮ ମଇ ୨୦୦୯ ରେ ଏହା ଶେଷ ହୋଇଥିଲା। ତାମିଲ ଅଭିଯୋଗ କରିଛନ୍ତି ଯେ ଯୁଦ୍ଧର ଶେଷ ପର୍ଯ୍ୟାୟରେ ହଜାର ହଜାର ଲୋକଙ୍କୁ ହତ୍ୟା କରାଯାଇଥିଲା। ତେବେ ଶ୍ରୀଲଙ୍କା ସେନା ଏହି ଅଭିଯୋଗକୁ ଅସ୍ବୀକାର କରିଛି। ଜାତିସଂଘର ରିପୋର୍ଟ ଅନୁଯାୟୀ, ଗୃହଯୁଦ୍ଧର ଶେଷ ମାସରେ ଅତି କମରେ ୪୦ ହଜାର ତାମିଲ ନାଗରିକଙ୍କୁ ହତ୍ୟା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଉପରେ ବାଂଲାଦେଶର ଆଉ ଏକ ବଡ଼ ଅଭିଯୋଗ

ଢାକା/ନୂଆଦିଲ୍ଲୀ,୨୩।୧୨: ବାଂଲାଦେଶ କ୍ରମାଗତ ଭାବରେ ଭାରତ ଉପରେ ନୂଆ ଅଭିଯୋଗ କରୁଛି। ବର୍ତ୍ତମାନ ବାଂଲାଦେଶର ଏକ ଅନୁସନ୍ଧାନ କମିଶନ ଦେଶରୁ ଲୋକ ନିଖୋଜ ହେବାରେ ଭାରତର...

ରାଜନୀତିରୁ କାହିଁକି ଦୂରେଇ ଗଲେ ଇଭାଙ୍କା ଟ୍ରମ୍ପ, ନୂଆ ସରକାରରେ ସାମିଲ ନ ହେବାର କାରଣ ଜାଣନ୍ତୁ

ଓ୍ବାଶିଂଟନ,୨୩।୧୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଝିଅ ଇଭାଙ୍କା ଟ୍ରମ୍ପ ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି। ଇଭାଙ୍କା ତାଙ୍କ ପିତା ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ସରକାରରେ...

୧୨ ବର୍ଷର ଛାତ୍ର ହେଲେ ଶିକ୍ଷୟିତ୍ରୀଙ୍କ ପିଲାର ପିତା! DNA ଖୋଲିଲା ରାଜ୍‌

ଓ୍ବାଶିଂଟନ,୨୩।୧୨: ଆମେରିକାର ଟେନେସି ରାଜ୍ୟରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ଟେନିସି ରାଜ୍ୟ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜଣେ ୧୨ ବର୍ଷର ବାଳକକୁ ବଳାତ୍କାର...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଦିନେ ଆମେରିକାର ରାଷ୍ଟ୍ରପତି ହେବେ ଏଲୋନ ମସ୍କ? ଏହି ପ୍ରଶ୍ନର ଏମିତି ଉତ୍ତର ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୨୩।୧୨: ନିକଟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ କରାଯାଇଛି, ସେ ମଧ୍ୟ ଖୁବ ଶୀଘ୍ର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।...

ଭାରତରୁ ପଙ୍ଗା ନେଲା ତ ଆମେରିକା ଶିଖାଇଲା ବୁଦ୍ଧି, ଏବେ ଚାଇନାର ନିଷ୍ପତ୍ତିକୁ ନେଇ ଅଡୁଆରେ ପଡିବେ ଟ୍ରୁଡୋ!

ଟରଣ୍ଟୋ,୨୩।୧୨: କାନାଡା ପାଇଁ ଆଉ ଏକ ଖରାପ ଖବର ସାମ୍ନାକୁ ଆସିଛି, ଯାହା ଭାରତ ସହ ସମ୍ପର୍କକୁ ନଷ୍ଟ କରିସାରିଛି। ଏଥର ଏହି ପ୍ରସଙ୍ଗ ଚାଇନା...

ଗାଜାରେ ଏୟାରଷ୍ଟ୍ରାଇକ୍‌: ୨୦ ମୃତ

ଦେଇର ଅଲ୍‌-ବଲାହ,୨୩ା୧୨: ଇସ୍ରାଏଲୀ ସେନା ଶନିବାର ରାତିରୁ ଗାଜା ଷ୍ଟ୍ରିପ୍‌ ଉପରେ ଏୟାରଷ୍ଟ୍ରାଇକ୍‌ ଜାରି ରଖିଥିବାବେଳେ ଏଥିରେ ୫ ପିଲାଙ୍କ ସମେତ ଅନୂ୍ୟନ ୨୦ ଜଣ ପାଲେଷ୍ଟିନୀୟଙ୍କ...

ବ୍ରାଜିଲରେ ବିମାନ ଦୁର୍ଘଟଣା

ବ୍ରାସିଲିଆ,୨୨ା୧୨: ବ୍ରାଜିଲର ଦକ୍ଷିଣ ଭାଗରେ ଅବସ୍ଥିତ ପର୍ଯ୍ୟଟନ ସହର ଗ୍ରାମାଡୋରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ସହର କେନ୍ଦ୍ରସ୍ଥଳରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri