Categories: ଜାତୀୟ

ରାଷ୍ଟ୍ରପତିଙ୍କ ଉଜ୍ଜୟିନୀ ଗସ୍ତକୁ ନେଇ ୧୭୦୦ ପୋଲିସଙ୍କୁ ସୁରକ୍ଷା ଦାୟିତ୍ୱ

ନୂଆଦିଲ୍ଲୀ,୨୯ ।୫: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୯ ମେ’ ଅର୍ଥାତ୍ ରବିବାର ଉଜ୍ଜୟିନୀ ଗସ୍ତ କରୁଛନ୍ତି । ସେଠାରେ ସେ ମହାକାଳେଶ୍ୱରଙ୍କ ଦର୍ଶନ କରିବେ । କାଳିଦାସ ଏକାଡେମୀର ସ୍କୁଲରେ ଆୟୋଜିତ ଆୟୁର୍ବେଦର ମହାଅଧିବେଶନରେ ସାମିଲ ହେବେ । ତାଙ୍କ ଅଗାମନକୁ ନେଇ ପ୍ରସ୍ତୁତି ଯୁଦ୍ଧ ସ୍ତରରେ ଚାଲିଛି । ପୂରା ସହରକୁ ସଜା ଯାଇଛି ଓ ମହାକାଳେଶ୍ୱର ମନ୍ଦିରକୁ ବି ସଜା ଯାଇଛି । ଗର୍ଭଗୃହକୁ ମଲି ଫୁଲରେ ସଜା ଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରପତି ରବିବାର ସକାଳ ୧୦ଟାରେ ଉଜ୍ଜୟିନୀ ପହଞ୍ଚିବେ । କାଳିଦାସ ଏକାଡେମୀରେ ଅଖିଳ ଭାରତୀୟ ଆୟୁର୍ବେଦ ସମ୍ମିଳନୀରେ ସାମିଲ ହେବେ । ପାଖାପାଖି ସେଠାରେ ସେ ଦେଢଘଣ୍ଟା ରହିବେ । ଏହାପରେ ମହାକାଳଙ୍କ ଦର୍ଶନ ପାଇଁ ଯିବେ । ରାଷ୍ଟପତିଙ୍କ ସହ ତାଙ୍କ ସହଧର୍ମିଣୀ ଆସିବେ ବୋଲି ସୂଚନା ରହିଛି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଜ୍ଜୟିନୀ ଆସିବା ପୂର୍ବରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଶନିବାର ପୋଲିସ ପ୍ରଶାସନ ରିହିରସାଲ କରିଛି । ଏହି ସମୟରେ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୧୭୦୦ ପୋଲିସଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଯେଉଁମାନେ ସାମିଲ ହେଉଛନ୍ତି ସେମାନଙ୍କର କରୋନା ଟେଷ୍ଟ କରାଯାଇଛି ।

Share