Categories: ଜାତୀୟ

ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି…

ନୂଆଦିଲ୍ଲୀ,୩୧।୧୨ : ନୂତନ ବର୍ଷ ୨୦୨୩ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ଏକତା, ଅଖଣ୍ଡତା ଏବଂ ବିକାଶ ପାଇଁ ନିଜକୁ ସମର୍ପିତ କରିବା ପାଇଁ ପ୍ରତିଶ୍ରୁତି ଦେବାକୁ ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି ।

ରାଷ୍ଟ୍ରପତି ମୁର୍ମୁ ତାଙ୍କ ଅଭିନନ୍ଦନ ବାର୍ତ୍ତାରେ କହିଛନ୍ତି ଯେ ନୂତନ ବର୍ଷର ନୂଆ ସକାଳ ନୂତନ ଶକ୍ତି ସହିତ ଆମ ଜୀବନରେ ନୂତନ ସୁଖ, ଲକ୍ଷ୍ୟ, ପ୍ରେରଣା ଏବଂ ମହାନ ସଫଳତା ନେଇ ଆସୁ। ଆସନ୍ତୁ ଏହି ସୁଯୋଗରେ ଜାତିର ଏକତା, ଅଖଣ୍ଡତା ଏବଂ ଅନ୍ତର୍ଭୁକ୍ତି ଅଭିବୃଦ୍ଧିରେ ନିଜକୁ ସମର୍ପିତ କରିବାକୁ ସଂକଳ୍ପ ନେବା। ନୂତନ ବର୍ଷ ଅବସରରେ ମୁଁ ସମସ୍ତ ଦେଶବାସୀ ତଥା ବିଦେଶରେ ଅବସ୍ଥାପିତ ସମସ୍ତ ଭାରତୀୟଙ୍କୁ ମୋର ଶୁଭେଚ୍ଛା ଜଣାଉଛି।

Share