ଇୟୁରେ ସାମିଲ ହେବ ୟୁକ୍ରେନ

କ୍ୱିଭ,୨୮।୨: ୟୁରୋପୀୟ ୟୁନିଅନ(ଇୟୁ)ରେ ସାମିଲ ହେବ ୟୁକ୍ରେନ। ରୁଷିଆର ଆକ୍ରମଣ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ୟୁରୋପୀୟ ୟୁନିଅନରେ ସାମିଲ ହେବା ପାଇଁ ଏକ ଆବେଦନପତ୍ରରେ ଦସ୍ତଖତ କରିଛନ୍ତି। ସୋମବାର ୟୁକ୍ରେନର ସଂସଦ ଏନେଇ ସୂଚନା ଦେଇଛନ୍ତି। ଏହାକୁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ୟୁକ୍ରେନ କହିଛି। ସୂଚନାଯୋଗ୍ୟ, ୟୁକ୍ରେନ ଉପରେ ଆକ୍ରମଣ ପରେ ୟୁରୋପୀୟ ୟୁନିଅନ ରୁଷିଆ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲା। ଏଥିସହ ରୁଷିଆ ଉପରେ ସମସ୍ତ ପ୍ରକାର ପ୍ରତିବନ୍ଧକ ଘୋଷଣା କରିଥିଲା ଇୟୁ। ଏତଦ୍‌ ବ୍ୟତୀତ ରୁଷିଆର ବ୍ୟାଙ୍କିଙ୍ଗ ସିଷ୍ଟମକୁ ସ୍ବିଫ୍ଟରୁ ବାହାର କରିବାକୁ ମଧ୍ୟ ଘୋଷଣା କରାଯାଇଛି। ଅନ୍ୟପଟେ ୟୁରୋପୀୟ ୟୁନିଅନ ୟୁକ୍ରେନକୁ ନେଇ ଏକ ବଡ଼ ଘୋଷଣା କରିଛି। ଖୁବ୍‌ଶୀଘ୍ର ୟୁକ୍ରେନକୁ ଅସ୍ତ୍ର ଯୋଗାଇବାକୁ ଚାହୁଁଛି ବୋଲି ଇୟୁ ପକ୍ଷରୁ କୁହାଯାଇଛି।

Share