ପ୍ରେସିଡେନ୍ସିଆଲ ଡିବେଟ୍‌: ବାଇଡେନ୍‌ଙ୍କୁ ଘେରିଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୯ା୬: ଆସନ୍ତା ନଭେମ୍ବରରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟ ଜୋ ବାଇଡେନ ଓ ତାଙ୍କ ରିପବ୍ଲିକାନ୍‌ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପ୍‌ ପ୍ରସ୍ତୁତ। ବର୍ତ୍ତମାନର ରାଷ୍ଟ୍ରପତି ବାଇଡେନ୍‌ ଓ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ମଧ୍ୟରେ ଗୁରୁବାର ପ୍ରଥମ ପ୍ରେସିଡେନ୍ସିଆଲ୍‌ ଇଲେକ୍ସନ ଡିବେଟ୍‌ ଅନୁଷ୍ଠିତ ହୋଇଯାଇଛି। ଆଟଲାଣ୍ଟାରେ ସେମାନଙ୍କ ମଧ୍ୟରେ ୯୦ ମିନିଟ୍‌ର ବିତର୍କ ହୋଇଥିଲା। ଏହି ଅବସରରେ ରୁଷିଆ-ୟୁକ୍ରେନ୍‌, ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ, ତାଲିବାନର ଆଫଗାନିସ୍ତାନ ଦଖଲ, ମୁଦ୍ରାସ୍ଫୀତି, ଚାଇଲ୍ଡ କେୟାର ଓ ଜଳବାୟୁ ସଙ୍କଟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ୨ ରାଷ୍ଟ୍ରପତି ପ୍ରାର୍ଥୀ ନିଜ ନିଜ ମତ ରଖିଛନ୍ତି। ୭୮ ବର୍ଷୀୟ ଟ୍ରମ୍ପ୍‌ ୮୧ ବର୍ଷୀୟ ବାଇଡେନ୍‌ଙ୍କୁ କଡ଼ା ଟକ୍କର ଦେଉଛନ୍ତି। ୟୁକ୍ରେନ୍‌ ଓ ଗାଜା ଯୁଦ୍ଧ ପାଇଁ ଟ୍ରମ୍ପ୍‌ ବାଇଡେନ୍‌ଙ୍କୁ ଦାୟୀ କରିଥିଲେ। ବାଇଡେନ୍‌ ନିଜର ବୟସାଧିକ୍ୟକୁ ସ୍ବୀକାର କରିଥିଲେ ମଧ୍ୟ ଟ୍ରମ୍ପ୍‌ଙ୍କୁ ପରାଜିତ କରିବେ ବୋଲି ଦୃଢ଼ୋକ୍ତି କରିଛନ୍ତି।

Share