ରାଷ୍ଟ୍ରପତି ନିର୍ବାଚନ: ମତଦାନ କଲେ ମୁଖ୍ୟମନ୍ତ୍ରୀ ସମେତ ୧୪୫ ବିଧାୟକ

ଭୁବନେଶ୍ୱର,୧୮।୭(ବ୍ୟୁରୋ): ଦେଶର ୧୫ତମ ରାଷ୍ଟ୍ରପତି ଚୟନ ପାଇଁ ସୋମବାର ମତଦାନ ହୋଇଯାଇଛି। ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା। ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ସମେତ ୧୪୫ ବିଧାୟକ ନିଜର ମତ ସାବ୍ୟସ୍ତ କରିଛନ୍ତି। ଇତି ମଧ୍ୟରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ଭୋଟ ଦେଇଛନ୍ତି।
ଏନ୍‌ଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିରୋଧୀ ଦଳ ପକ୍ଷରୁ ଯଶବନ୍ତ ସିନ୍ନାଙ୍କୁ ପ୍ରାର୍ଥୀ କରାଯାଇଛି। ତେବେ ଦ୍ରୌପଦୀଙ୍କ ସପକ୍ଷରେ ୬୦%ରୁ ଅଧିକ ଭୋଟ ଥିବାରୁ ତାଙ୍କର ବିଜୟ ହେବାର ସମ୍ଭାବନା ଅଧିକ ରହିଛି। ହେଲେ ଓଡିଶାରେ କ୍ରସ ଭୋଟିଂ ଦେଖିବାକୁ ମିଳିଥିଲା।ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ମତଦାନ ସରିଥିବା ବେଳେ ଆସନ୍ତା ୨୧ରେ ଏହାର ଫଳାଫଳ ପ୍ରକାଶ ପାଇବ।

Share