Categories: ଜାତୀୟ

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ଏକ ପ୍ରକାର ନିଶ୍ଚିତ, ବିରୋଧିଙ୍କ ଖେଳ ବିଗାଡିଲେ ରେଡି, ପଟ୍ଟନାୟକ

ନୂଆଦିଲ୍ଲୀ,୨୪ ।୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥି ଘୋଷଣା କରାଯାଇଥିବା ବେଳେ ଶୁକ୍ରବାର ସେ ପ୍ରାର୍ଥିପତ୍ର ଦାଖଲ କରିବାକୁ ଯାଉଛନ୍ତି । ଏହି ନିର୍ବାଚନରେ ବିରୋଧି ଯଶୱନ୍ତ ସିହ୍ନାଙ୍କୁ ପ୍ରାଥି କରିଥିବା ବେଳେ ମୁର୍ମୁ କିନ୍ତୁ ରାଷ୍ଟ୍ରପତି ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି ।
ରାଷ୍ଟ୍ରପତି ନିର୍ବଚନରେ ବିଜୟ ଲାଭ କରିବାକୁ ଜଣେ ପ୍ରାର୍ଥୀଙ୍କୁ ବହୁମତ ଭାବେ ୫.୩୯,୪୫୮ ଭୋଟର ଆବଶ୍ୟକତା ରହିଛି । ଏହାକୁ ଦେଖିଲେ ଏନଡିଏ ପାଖରେ ମୋଟ ୫,୨୬,୯୬୬ ଭୋଟ ରହିଛି । ଯଦିଓ ଏହା ବହୁମତଠାରୁ ଯଥେଷ୍ଟ କମ୍ କିନ୍ତୁ ବିରୋଧିଙ୍କ ନିକଟରେ ମାତ୍ର ୨,୬୪,୧୫୮ ଭୋଟ ରହିଛି । ଏପଟେ ଯେହେତୁ ଏନଡିଏକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ(ବିଜେଡି)ର ସମର୍ଥନ ରହିଛି ବିଜେଡି ପାଖରେ ରହିଛି ୩୧,୬୬୮ ଭୋଟ । ଏହି ଭୋଟ ଭାଲ୍ୟୁକୁ ମିଶାଇଲେ ଏନଡିଏ ସହଜରେ ବହୁମତ ହାସଲ କରି ନେଉଛି । ଏହାପରେ ବି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ୱାଇଏସଆର କଂଗ୍ରେସର ସମର୍ଥନରେ ୪୫ ହଜାରରୁ ଅଧିକ ଭୋଟ ଭାଲ୍ୟୁ ଏନଡିଏ ଖାତାକୁ ଯାଉଥିବାରୁ ଦ୍ରୌପଦୀ ମୁର୍ମୁ ଏକ ପ୍ରକାର ରାଷ୍ଟ୍ରପତି ହେବା ନିଶ୍ଚିତ ହୋଇଯାଇଛି ।

Share