Categories: ଜାତୀୟ

ଅପରାହ୍ନ ୩ଟାରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା…

ନୂଆଦିଲ୍ଲୀ, ୯।୬ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେଉଛି। ଏନେଇ ଗୁରୁବାର ଅପରାହ୍ନ ୩ଟାରେ ନିର୍ବାଚନ କମିଶନ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା କରାଯିବ। ସମ୍ବିଧାନର ଅନୁଚ୍ଛେଦ ୬୨ ଅନ୍ତର୍ଗତ ଏହି ଘୋଷଣା ହେବ।

ବିଦାୟୀ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ନିର୍ବାଚନ ସମାପ୍ତ ହେବା ଆବଶ୍ୟକ। ସଂସଦର ଉଭୟ ଗୃହର ସଦସ୍ୟଙ୍କ ବ୍ୟତୀତ ସମସ୍ତ ରାଜ୍ୟର ବିଧାନସଭାର ନିର୍ବାଚିତ ସଦସ୍ୟମାନେ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବେ।

ରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟ ସଭା, ଲୋକ ସଭା ଅବା ବିଧାନସଭାର ମନୋନୀତ ସଦସ୍ୟଙ୍କ ଭୋଟ ଦେବାର ଅଧିକାର ନାହିଁ। ସେହିଭଳି ରାଜ୍ୟ ବିଧାନ ପରିଷଦର ସଦସ୍ୟମାନଙ୍କର ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବେ ନାହିଁ। ସୂଚନାଯୋଗ୍ୟ ଯେ ୨୦୨୭ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ୧୭ ଜୁଲାଇରେ ହୋଇଥିଲା ଏବଂ ୨୦ ଜୁଲାଇରେ ଭୋଟ ଗଣନା କରାଯାଇଥିଲା।

ସମ୍ପ୍ରତି ଦେଶର ୧୭ଟି ରାଜ୍ୟରେ ଭାଜପା ସରକାର ଅଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂଖ୍ୟାଗରିଷ୍ଠତା ହେଉଛି ୫ ଲକ୍ଷ ୪୬ ହଜାର ୩୨୦ ରହିଛି। ଭାଜପା ପାଖରେ ୪ ଲକ୍ଷ ୬୫ ହଜାର ୯୭୯ ଭୋଟ ଏବଂ ସହଯୋଗୀଙ୍କ ପାଖରେ ୭୧ ହଜାର ୩୨୯ ଭୋଟ ରହିଛି। ଯଦି ଏହି ଦୁଇଟି ଆକଳନ ମିଳିତ ହୁଏ, ତେବେ ଏନଡିଏ ପାଖରେ ୫ ଲକ୍ଷ ୩୭ ହଜାର ୧୨୬ ଭୋଟ ଅଛି, ଯାହା ସଂଖ୍ୟାଗରିଷ୍ଠତା ଠାରୁ ୯ ହଜାର ୧୯୪ ଭୋଟ କମ ରହିଛି।

 

Share