ଭୁବନେଶ୍ୱର,୨୪।୬(ବ୍ୟୁରୋ): ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶା କଂଗ୍ରେସ ସମର୍ଥନ କରିବନାହିଁ । ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ ବୋଲି କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି ଯେ, ଏହା ରାଷ୍ଟ୍ରପତି ନିର୍ବାଚନ। ଇମୋସନାଲ କାର୍ଡ ନୁହେଁ। ଭାଜପା ଗୋଟେ ଦଳ, କଂଗ୍ରେସ ଅନ୍ୟ ଏକ ଦଳ। ଏନ୍ଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି। ସେହିପରି ବିରୋଧୀ ଆଉ ଜଣଙ୍କୁ ପ୍ରାର୍ଥୀ କରିଛି। ତେଣୁ କଂଗ୍ରେସ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଦଳ ତାହାକୁ ସମର୍ଥନ କରିବ। ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ଯାହା କହିଛନ୍ତି ଠିକ୍ କହିଛନ୍ତି ବୋଲି ପିସିସି ସଭାପତି ପ୍ରକାଶ କରିଛନ୍ତି।