Categories: ଜାତୀୟ

ରାଷ୍ଟ୍ରପତି ନିର୍ବାଚନ, ମତଦାନ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୮।୭ : ଦେଶର ୧୫ ତମ ରାଷ୍ଟ୍ରପତି ଚୟନ ପାଇଁ ମତଦାନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିଛନ୍ତି।
ଏହି ଭୋଟିଂ ପ୍ରକ୍ରିୟାରେ ମୋଟ ୪୮୦୦ ନିର୍ବାଚିତ ଏମ୍‌ପି ଏବଂ ବିଧାୟକ ଅଂଶଗ୍ରହଣ କରୁଛନ୍ତି। ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ତଥା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳାଙ୍କ ମୁକୁଟ ପିନ୍ଧିବା ନିଶ୍ଚିତ ହୋଇଛି। ଦ୍ରୌପଦୀ ମୁର୍ମୁଙ୍କୁ ୨୭ ରାଜନୈତିକ ଦଳର ସମର୍ଥନ ରହିଛି। ୧୪ ଟି ଦଳର ସମର୍ଥନ ଥିବା ଯଶଓ୍ବନ୍ତ ସିହ୍ନାଙ୍କୁ ପ୍ରାୟ ୩.୬୨ ଲକ୍ଷ ଭୋଟ ମିଳିବ ବୋଲି ଆଶା କରାଯାଉଛି।

Share