Categories: ଜାତୀୟ

ବିଜୟ ପରେ ଦ୍ରୌପଦୀ ମୁର୍ମୁଙ୍କ ଘରକୁ ଯିବ ପୂରା ମୋଦି କ୍ୟାବିନେଟ

ନୂଆଦିଲ୍ଲୀ,୨୧ ।୭: ରାଷ୍ଟ୍ରପତି ନିର୍ବାଚନର ମତଗଣନା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବାକୁ ସମ୍ପୂର୍ଣ୍ଣ ମୋଦି କ୍ୟାବିନେଟ ତାଙ୍କ ଘରେ ପହଞ୍ଚିବେ । କୁହାଯାଉଛି କି ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରୋଡ ଶୋ’ କରି ଦ୍ରୌପଦୀଙ୍କ ଘରେ ପହଞ୍ଚିବେ । ଶୁକ୍ରବାର ସାଧାରଣ ଜନତାଙ୍କ ପାଇଁ ଦ୍ରୌପଦୀ ମୁର୍ମୁଙ୍କ ଘର ଖୋଲି ଦିଆଯିବ ।
ଏହାସହ ସନ୍ଧ୍ୟା ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବାକୁ ତାଙ୍କ ଘରକୁ ଯିବାର କାର୍ଯ୍ୟକ୍ରମ ରହିଛି ।

Share