Categories: ଜାତୀୟ

ପ୍ରଥମ ରାଉଣ୍ଡ ଫଳାଫଳ: ଦ୍ରୌପଦୀ ମୁର୍ମୁ ଆଗରେ

ନୂଆଦିଲ୍ଲୀ,୨୧।୭: ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଗୁରୁବାର ପ୍ରକାଶ ପାଇବ। ଏଥିପାଇଁ ସକାଳ ୧୧ଟାରୁ ଗଣତି ଆରମ୍ଭ ହୋଇଯାଇଛି। ପ୍ରଥମ ରାଉଣ୍ଡ ଭୋଟ ଗଣନାରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଗୁଆ ଅଛନ୍ତି। ରାଜ୍ୟ ସଭା ମହାସଚିବ ପିସି ମୋଦି କହିଛନ୍ତି, ଏମ୍‌ପିଙ୍କ ଭୋଟ ଗଣନା କରାଯାଇଛି। ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଏମ୍‌ପି ଭୋଟ ଦେଇଛନ୍ତି, ଯାହାର ମୂଲ୍ୟ ୩୭୮୦୦୦ ଅଟେ। ଯଶୱନ୍ତ ସିହ୍ନାଙ୍କୁ ୨୦୮ ଏମ୍‌ପିଙ୍କ ଭୋଟ ମିଳିଛି, ଯାହାର ମୂଲ୍ୟ ୧୪୫୬୦୦। ମୋଟ ୭୪୮ ଖଣ୍ଡ ଭୋଟ ଦିଆଯାଇଛି, ଯାହାର ମୂଲ୍ୟ ୫୨୩୬୦୦। ୧୫ ଖଣ୍ଡ ଭୋଟ ନାକଚ ହୋଇଯାଇଛି।
ଦେଶର ୧୫ତମ ରାଷ୍ଟ୍ରପତି ବାଛିବା ପାଇଁ ଜୁଲାଇ ୧୮ରେ ୩୧ଟି ସ୍ଥାନରେ ମତଦାନ କରାଯାଇଥିଲା। ରାଷ୍ଟ୍ରପତି ନିର୍ବାଚନରେ ୭୭୬ ଏମ୍‌ପି ଏବଂ ୪,୦୩୩ ନିର୍ବାଚିତ ବିଧାୟକଙ୍କ ସମେତ ମୋଟ ୪,୮୦୯ ଭୋଟର ମତଦାନ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଜୁଲାଇ ୨୫ରେ ନୂତନ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

Share