ଭୁବନେଶ୍ୱର,୧୭।୭(ବ୍ୟୁରୋ): ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରୁଛନ୍ତି। ଏ ନେଇ ସେ ଦଳୀୟ ଏମ୍ଙ୍କୁ ସମର୍ଥନ କରିବା ପାଇଁ ମଧ୍ୟ କହିଛନ୍ତି। ସୋମବାର ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନ୍ଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବାବେଳେ ବିରୋଧୀଙ୍କ ପକ୍ଷରୁ ଯଶୋବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇଛି।
ଅନ୍ୟପଟେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେଡି ବିଧାୟକଙ୍କୁ ତାଲିମ ଦିଆଯାଇଛି। ବିଧାୟକମାନେ କିପରି ଭୋଟ ଦେବେ ସେ ନେଇ ଦଳ ପକ୍ଷରୁ ତାଲିମ ଦିଆଯାଇଛି। ବାଲଟ ପେପରରେ କେମିତି ଭୋଟ ଦିଆଯିବ, କିଭଳି ବାଲଟ ପେପର ଫୋଲଡ ହେବ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସେମାନଙ୍କ ଭୋଟ ଯେପରି ନାକଚ ନ ହେବ ସେଥିପ୍ରତି ଧ୍ୟାନ ଦେବାକୁ ବିଧାୟକଙ୍କୁ ଟ୍ରେନିଂ ଦିଆଯାଇଛି।