ରାଷ୍ଟ୍ରପତି ନିର୍ବାଚନ: ତୁର୍କୀ ଗାନ୍ଧୀ-ଏର୍ଦୋଗନ ମୁକାବିଲା…

ଇସ୍ତାନବୁଲ,୧୩।୩ : ତୁର୍କୀରେ ଭୂକମ୍ପ ପ୍ରଭାବିତ ତୁର୍କୀରେ ଚଳିତ ବର୍ଷ ମେ ୧୪ ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ବିପକ୍ଷର ୬ଟି ଦଳ ମୁଖ୍ୟ ଧର୍ମନିରପେକ୍ଷ ବିରୋଧୀ ରିପବ୍ଲିକାନ ପିପୁଲ୍ସ ପାର୍ଟି (ସିଏଚପି) ର ନେତା କେମଲ କିଲିକଡାରୋଗ୍ଲୁଙ୍କୁ ସେମାନଙ୍କର ପ୍ରାର୍ଥୀ କରିଛନ୍ତି।

କେମଲ ବର୍ତ୍ତମାନର ରାଷ୍ଟ୍ରପତି ରେସିପ ତାଇପ ଏର୍ଦୋଗନଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବେ। କେମଲ ତୁର୍କୀ ଗାନ୍ଧୀ ଭାବେ ପରିଚିତି ହାସଲ କରିଛନ୍ତି। ଏର୍ଦୋଗନଙ୍କୁ ଭାରତ ବିରୋଧୀ କୁହାଯାଏ। ମିଳିତ ଜାତିସଂଘରେ ସେପାକିସ୍ତାନକୁ ସମର୍ଥନ କରିଥିଲେ ଏବଂ ଭୂକମ୍ପ ସମୟରେ ଭାରତର ଅପରେଶନ ଦୋସ୍ତ ଅଭିଯାନକୁ ଭୁଲି ଯାଇଥିଲେ।

କେମଲ କିଲିକଦାରୋଗ୍ଲୁଙ୍କୁ ତୁର୍କୀର ଗାନ୍ଧୀ’ କୁହାଯାଏ। ତୁର୍କୀରେ ଲୋକଙ୍କ ଅଧିକାର, ସାମାଜିକ ନ୍ୟାୟ ଏବଂ ଗଣତନ୍ତ୍ର ପାଇଁ କେମଲ ଲଢ଼ିଛନ୍ତି। ତୁର୍କୀ ଗଣମାଧ୍ୟମ ତାଙ୍କୁ ଗାନ୍ଧୀ କେମଲ ବୋଲି ମଧ୍ୟ କହିଥାଏ। ସେ ମହାତ୍ମା ଗାନ୍ଧୀଙ୍କ ପରି ସେ ଚଷମା ପିନ୍ଧନ୍ତି ଏବଂ ପଲିଟିକୋରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଗାନ୍ଧୀଙ୍କ ପରି କିଲିକଡାରୋଗ୍ଲୁଙ୍କ ରାଜନୈତିକ ଶୈଳୀ ମଧ୍ୟ ନମ୍ର ଅଟେ।

Share