Categories: ଜାତୀୟ

ରାଷ୍ଟ୍ରପତି ନିର୍ବାଚନ, ଭୋଟ୍‌ ଗଣତି ଆରମ୍ଭ

ନୂଆଦିଲ୍ଲୀ,୨୧ା୭: କଡ଼ା ସୁରକ୍ଷା ମଧ୍ୟରେ ପାର୍ଲାମେଣ୍ଟ ହାଉସର ୬୩ ନଂ ରୁମ୍‌ରେ ରାଷ୍ଟ୍ରପତି ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟାରେ ଏହି ଗଣତି ଆରମ୍ଭ ହୋଇଛି। ତେବେ ଆଉ କିଛି ସମୟ ମଧ୍ୟରେ ଭୋଟ୍‌ ଗଣତିର ଫଳାଫଳ ସ୍ପଷ୍ଟ ହୋଇଯିବ। ଦେଶର ପଞ୍ଚଦଶ ରାଷ୍ଟ୍ରପତି ଏନ୍‌ଡିଏ ସମର୍ଥିତ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ମିଳିତ ବିପକ୍ଷ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କ ମଧ୍ୟରେ କଡ଼ା ଟକ୍କର ଚାଲିଛି।

Share