Categories: ଜାତୀୟ

ରାଷ୍ଟ୍ରପତି ନିର୍ବାଚନ: ଜୁନ ୨୧ରେ ବସିବ ବିରୋଧୀଙ୍କ ବୈଠକ, ଆସିବେ ନାହିଁ ମମତା

ନୂଆଦିଲ୍ଲୀ,୧୯।୬: ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ସମ୍ପର୍କରେ ବିରୋଧୀଙ୍କ ବୈଠକ ଜୁନ ୨୧ରେ ଅନୁଷ୍ଠିତ ହେବ। ଶରଦ ପାୱାରଙ୍କ ନେତୃତ୍ୱରେ ଏହି ବୈଠକରେ ୧୨ଟି ଦଳ ଅଂଶଗ୍ରହଣ କରିବେ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଜଣାପଡିଛି। ତେବେ ତୃଣମୂଳ କଂଗ୍ରେସର ଜଣେ ବରିଷ୍ଠ ନେତା ତାଙ୍କ ସ୍ଥାନରେ ଉପସ୍ଥିତ ରହିପାରିବେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ହେତୁ ମମତା ବାନାର୍ଜୀ ଏହି ବୈଠକରେ ଯୋଗ ଦେଇ ପାରିବେ ନାହିଁ ବୋଲି ତୃଣମୂଳ କଂଗ୍ରେସ ପକ୍ଷରୁ କୁହାଯାଇଛି।
ଏହାପୂର୍ବରୁ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୭ଟି ବିରୋଧୀ ଦଳ ଯୋଗ ଦେଇଥିଲେ। ଏହି ବୈଠକରେ ଶରଦ ପାଓ୍ବାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏଥିରେ ସେ ରାଜି ହୋଇ ନ ଥିଲେ।
ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ରେ ଶେଷ ହେବ। ତାଙ୍କ ଉତ୍ତରାଧିକାରୀଙ୍କ ପାଇଁ ନିର୍ବାଚନ ଜୁଲାଇ ୧୮ରେ ହେବ।

Share