Categories: ଜାତୀୟ

ପୁଡୁଚେରୀରେ ରାଷ୍ଟ୍ରପତି ଶାସନ

ନୂଆଦିଲ୍ଲୀ,୨୪।୨: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ବାମୀ ଏବଂ ତାଙ୍କ ମନ୍ତ୍ରୀ ପରିଷଦର ଇସ୍ତଫା ଦେବାର ଗୋଟିଏ ଦିନ ପରେ ବୁଧବାର କେନ୍ଦ୍ର କ୍ୟାବିନେଟ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଅନୁମୋଦନ କରିଛି।
ପୁଡୁଚେରୀ ବିଧାନସଭା ର୍ନିବାଚନର ୩ ମାସ ପୂର୍ବରୁ ସୋମବାର ଭି. ନାରାୟଣ ସ୍ବାମୀଙ୍କ ସରକାର ଭାଙ୍ଗି ଯାଇଥିଲା। ଏକାଧିକ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପରେ ପୁଡୁଚେରୀ ବିଧାନସଭାର ଆସନ ସଂଖ୍ୟା ୨୬କୁ ଖସି ଆସିଥିଲା। କିନ୍ତୁ କଂଗ୍ରେସ ଓ ଡିଏମ୍‌କେ ମେଣ୍ଟ ସରକାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରି ନ ଥିଲା।

Share