ନୂଆଦିଲ୍ଲୀ, ୨୫।୯ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରେସ ସଚିବ ଅଜୟ କୁମାର ସିଂଙ୍କ କାର୍ଯ୍ୟକାଳ ଦୁଇ ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଫଳରେ ଏବେ ଅଜୟ କୁମାରଙ୍କ କାର୍ଯ୍ୟକାଳ ୨୫ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଜାରି ରହିବ।
ଅଜୟ କୁମାରଙ୍କ କାର୍ଯ୍ୟକାଳ ରବିବାର ଦିନ ଶେଷ ହେଉଥିଲା। ମନ୍ତ୍ରିମଣ୍ଡଳର ନିଯୁକ୍ତି କମିଟି (ଏସିସି) ୨୬ ସେପ୍ଟେମ୍ବର ୨୦୨୨ ରୁ ୨୫ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଦୁଇ ବର୍ଷ ପାଇଁ ଚୁକ୍ତିନାମା ଆଧାରରେ ରାଷ୍ଟ୍ରପତିଙ୍କ ପ୍ରେସ ସଚିବ ଭାବରେ ସିଂଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି।
ଏହି ନିର୍ଦ୍ଦେଶରେ ମନ୍ତ୍ରଣାଳୟ କହିଛି ଯେ ବରିଷ୍ଠ ଆଇଏଏସ ଅଧିକାରୀ ରାକେଶ ଗୁପ୍ତାଙ୍କୁ ରାଷ୍ଟ୍ରପତିଙ୍କ ସଚିବାଳୟରେ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରାଯାଇଛି। ଗୁପ୍ତା, ହରିୟାଣା କ୍ୟାଡରର ୧୯୯୭ ବ୍ୟାଚ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ, ୧୪ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଏହି ପଦରେ ସେ କାର୍ଯ୍ୟ କରିବେ।