ପ୍ରତିଶ୍ରୁତି ଦେଲେ ନୂଆ ବିଡ଼ିଓ: ସଶକ୍ତ ହେବେ ମହିଳା, ବ୍ଲକ ସଦରରେ ହେବ…

ଚନ୍ଦାହାଣ୍ଡି,୧୭।୩(ଦିଲୀପ ଦାସ ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ପ୍ରେସ କ୍ଲବ ସଭାପତି ଦିଲୀପ କୁମାର ଦାସଙ୍କ ନେତୃତ୍ୱରେ ପ୍ରେସ କ୍ଳବର ସମସ୍ତ ସଦସ୍ୟ ଏବଂ କାର୍ଯ୍ୟକର୍ତ୍ତାମାନେ ନୂତନ ବିଡ଼ିଓଙ୍କୁ ସ୍ବାଗତ ଜଣାଇଛନ୍ତି। ଚନ୍ଦାହାଣ୍ଡି ବ୍ଲକରେ ନୂତନ ବିଡ଼ିଓ ଭାବରେ ଯୋଗଦାନ ଦେଇଥିବା ସୁକାନ୍ତ କୁମାର ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ପ୍ରେସ କ୍ଳବ ତରଫରୁ ସ୍ବାଗତ କରିବା ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଚନ୍ଦାହାଣ୍ଡି ବ୍ଲକର ସାମୂହିକ, ପାଇଖାନା, ପାନୀୟ ଜଳ, ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କ ବିକାଶ ଦିଗରେ ଗୁରୁତ୍ୱ ଦେବା ସହ, ମିଶନ ଶକ୍ତି ଗୃହ କାର୍ଯ୍ୟକ୍ଷମ କରିବା ସହ ମିଶନ ଶକ୍ତି ମହାସଂଘର କମିଟି ପରିବର୍ତନ କରି ନୂତନ କମିଟି ଗଠନ କରି ଚନ୍ଦାହାଣ୍ଡି ବ୍ଲକ ମହିଳା ଶଶକ୍ତି କରଣ କୁ ଆଗେଇ ନେବା ପାଇଁ ବିଡ଼ିଓ ଙ୍କୁ ପ୍ରେସକ୍ଳବ ତରଫରୁ ଅନୁରୋଧ କରାଯାଇଛି।

ଚନ୍ଦାହାଣ୍ଡି ବ୍ଲକରେ ସମସ୍ତ ବିକାଶ କାର୍ଯ୍ୟ ଆଗେଇ ବା ସହ ସାର୍ବଜନିକ ପାଇଖାନା, ପାନୀୟ ଜଳ ଏବଂ ମିଶନ ଶକ୍ତି ଗୃହ କାର୍ଯ୍ୟକ୍ଷମ, ବ୍ଲକ ସଦରରେ ଏକ ପାଠାଗାର, ସ୍ଥାପନ ଦିଗରେ ପଦକ୍ଷେପ ନେବା ସହ ବ୍ଲକରେ ମହିଳା ସଶକ୍ତିକରଣକୁ ସୁଦୃଢ଼ କରିବାରେ ଚେଷ୍ଟା ଜାରି ରଖିବା ସହ ବ୍ଲକରେ ମିଶନ ଶକ୍ତି ମହାସଂଘ କମିଟି ପରିବର୍ତ୍ତନ କରିବା ପାଇଁ ବିଡ଼ିଓ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ବରିଷ୍ଠ ଖବରଦାତା ମହମ୍ମଦ ହୁସେନ, ପ୍ରେସ କ୍ଳବ ସମ୍ପାଦକ ମୁକୁନ୍ଦ ବେଶ୍ରା, ଖବରଦାତା ମନୋଜ କୁମାର ପାଣ୍ଡି, ସଂଗ୍ରାମକେଶରୀ ସାହୁ, ଦିବ୍ୟ ଶଙ୍କର ମହାପାତ୍ର, ତ୍ରିନାଥ ଡ଼ଙ୍ଗରୀ ପ୍ରମୁଖ ଉପସ୍ଥିତ ରହି ନୂତନ ବିଡ଼ିଓଙ୍କୁ ସ୍ବଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

କେନ୍ଦୁଝର,୨୧।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ମାଧ୍ୟମିକ ସ୍କୁଲ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଶିକ୍ଷକ ଭବନରେ କାର୍ଯ୍ୟକାରୀ ସଭାପତି...

ସକାଳୁ ସକାଳୁ ମହୁଲ ଫୁଲ ସଂଗ୍ରହ କରିବାରେ ବ୍ୟସ୍ତ ଲୋକେ

ଖଜୁରୀପଡ଼ା, ୨୧।୩ (ବିଦୁର ବେହେରା): ଆସିଛି ଫଗୁଣ ମାସ ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଦେଖାଯାଉଛି। ଏହି ମାସରେ ମହୁଲ ଗଛରେ ମହୁଲ ଫୁଲ ହୋଇ...

ଟାଟା ଷ୍ଟିଲ୍‌ରେ ଅଘଟଣ: ୮ ଶ୍ରମିକ ଆହତ

ଯାଜପୁର,୨୧।୩: ଯାଜପୁର ଜିଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଷ୍ଟିଲ ମେଲ୍‌ଟିଂ ସପ୍‌ରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି।...

ଡିଲିମିଟେସନ ବୈଠକରେ ଯୋଗଦେବ ବିଜେଡି: କଟାକ୍ଷ କଲେ ମନ୍ତ୍ରୀ

ଭୁବନେଶ୍ୱର,୨୧।୩: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନଙ୍କ ନେତୃତ୍ୱରେ ଶନିବାର ଚେନ୍ନାଇରେ ହେବାକୁ ଥିବା ଡିଲିମିଟେସନ ବୈଠକରେ ଯୋଗଦେବ ବିଜେଡି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକରେ...

ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଶିଶୁ ବାଟିକା: ଏପ୍ରିଲ ୨ରେ ପ୍ରବେଶ ଉତ୍ସବ

ଝରିଗାଁ,୨୧।୩(କିଶୋର ଚନ୍ଦ୍ର ମଣ୍ଡଳ): ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଶିଶୁ ବାଲ ବାଟିକା । ଏପ୍ରିଲ ୨ରେ ପ୍ରବେଶ ଉତ୍ସବ ଏବଂ ଖଡି ଛୁଆଁ ।...

ସାଙ୍ଗଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲେ ସାଙ୍ଗ

ଖପ୍ରାଖୋଲ,୨୧।୩: ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଅଧୀନ ପୁଟୁଳାମହୁଲ ଗାଁରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ସାଙ୍ଗଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି...

ଜଙ୍ଗଲ ବିନା ପ୍ରାଣୀ ଜଗତ ଅସମ୍ଭବ: ବର୍ତ୍ତମାନର ପିଢି ଆଗାମୀ ପିଢି କଥା ଚିନ୍ତା କରିବାକୁ ପଡିବ

ଭଞ୍ଜନଗର,୨୧୩(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଶୁକ୍ରବାର ଲାଲସିଂ ନର୍ସରୀ ପରିସରରେ ବନଖଣ୍ଡସ୍ତରୀୟ ବିଶ୍ବ ବନ ଦିବସ ପାଳିତ ହୋଇଯାଇଛି।...

ଜିଲାସ୍ତରୀୟ ନିଯୁକ୍ତି ମେଳାରେ ୫ ହଜାର ଆଶାୟୀ

ଛତ୍ରପୁର,୨୧ା୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସ୍ପୋଟର୍‌ସ ଷ୍ଟାଡିଅମରେ ଶୁକ୍ରବାର ଗଞ୍ଜାମ ଜିଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା। ଏଥିରେ ୫ ହଜାର ଆଶାୟୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image