Posted inଫୁରସତ

ଖଣ୍ଡାର ତୀକ୍ଷ୍‌ଣ ଧାରରେ ପ୍ରେସ୍‌

‘ଗଣମାଧ୍ୟମ’ ଏକ ଶବ୍ଦ ନୁହେଁ, ଏକ କର୍ତ୍ତବ୍ୟ । ଗଣମାଧ୍ୟମ ଗଣତାନ୍ତ୍ରିକ ମୂଳଦୁଆକୁ ମଜଭୁତ କରିଥାଏ। ଏହାର ଭୂମିକା ଅତ୍ୟନ୍ତ ସୁଦୂସୁଦୂରପ୍ରଚାରୀ ଏବଂ ପ୍ରଭାବଶାଳୀ। ଗଣମାଧ୍ୟମର ସ୍ବାଧୀନତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସକାଶେ ପ୍ରତିବର୍ଷ ମେ’ ୩ରେ ବିଶ୍ବ ପ୍ରେସ ସ୍ବାଧୀନତା ଦିବସ ପାଳନ କରାଯାଇଥାଏ। ଜାତିସଂଘର ଜନସୂଚନା ବିଭାଗ ୧୯୯୧ରେ ‘ବିଶ୍ବ ପ୍ରେସ ସ୍ବାଧୀନତା ଦିବସ’ ପାଳନ କରିବାକୁ ପ୍ରଥମେ ପ୍ରସ୍ତାବ ଦେଇଥିଲା। ୧୯୯୩ରେ ଏହି ଦିବସ ପାଳନ ପାଇଁ ଅନୁମୋଦନ ମିଳିଥିଲା । ଏହି ଅବସରରେ କଲମ୍ବିଆର ଖବରଦାତା ଗିଲିଏର୍ମୋ କାନୋ ଇସାଜାଙ୍କ ସମ୍ମାନାର୍ଥେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ଓ ସଂସ୍ଥାକୁ ଗିଲିଏର୍ମୋ କାନୋ ଇସାଜା ପୁରସ୍କାର ପ୍ରଦାନ କରାଯାଇଥାଏ। ୧୭ ଡିସେମ୍ବର ୧୯୮୬ରେ ବୋଗୋଟାସ୍ଥିତ ଖବରକାଗଜ ଏଲ୍‌ ଏସ୍‌ପେକ୍ଟାଡର କାର୍ଯ୍ୟାଳୟ ସମ୍ମୁଖରେ ନିଶା ବେପାରୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ତାଙ୍କୁ ସ୍ମରଣୀୟ କରିବା ଲାଗି ଉପରୋକ୍ତ ପୁରସ୍କାରର ନାମକରଣ କରାଯାଇଛି। କାନୋଙ୍କ ଲେଖା କଲମ୍ବିଆର ଶକ୍ତିଶାଳୀ ଡ୍ରଗ୍ସ ବ୍ୟବସାୟୀ ଗୋଷ୍ଠୀଙ୍କୁ ଅପମାନିତ କରିଥିଲା। ଫଳରେ ସେମାନେ ପ୍ରତିଶୋଧ ନେଇଥିଲେ।
ପ୍ରଗତିଶୀଳ ବିଶ୍ବର ସାମାଜିକ, ସାଂସ୍କୃତିକ, ରାଜନୈତିକ, ଅର୍ଥନୈତିକ ତଥା ବୈଜ୍ଞାନିକ ସ୍ଥିତି ସମ୍ପର୍କରେ ଜ୍ଞାନ ପ୍ରସାର ପାଇଁ ଗଣମାଧ୍ୟମ ହିଁ ସର୍ବଶ୍ରେଷ୍ଠ ଭୂମିକା ଗ୍ରହଣ କରିଥାଏ। ଖବରଦାତାଙ୍କ ନିଷ୍ଠା, ପ୍ରଚେଷ୍ଟା , ନିର୍ଭୀକତା, ନିରପେକ୍ଷତା ଓ ନ୍ୟାୟ ମନୋଭାବ ଦ୍ବାରା ଗଣମାଧ୍ୟମର ଗୁରୁତ୍ୱ ବୃଦ୍ଧି ପାଇଥାଏ । ହେଲେ ଏହା ଖଣ୍ଡାର ତୀକ୍ଷ୍ମ ଧାରରେ ପରିଚାଳିତ ହେଉଛି । ସତ୍ୟତାର ପରିବେଷଣ ବେଳେ ହିଂସା, ବର୍ବରୋଚିତକାଣ୍ଡ ଦ୍ୱାରା ଖବରଦାତାଙ୍କୁ ଶିକାର ହେବାକୁ ପଡୁଛି । ଗଣମାଧ୍ୟମ ଓ ଖବରଦାତାଙ୍କ ସୁରକ୍ଷାକୁ ନେଇ ଅନେକ ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ ଏହାର ସୁଫଳ ମିଳିପାରୁ ନାହିଁ।
ୟୁନେସ୍କୋ ପ୍ରତିବର୍ଷ ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ଦିବସ ପାଳନ ପୂର୍ବକ ଗଣମାଧ୍ୟମ ବୃତ୍ତିଧାରୀ, ପ୍ରେସ ସ୍ବାଧୀନତା ସଂଗଠନ ଏବଂ ଜାତିସଂଘ ଏଜେନ୍ସିଗୁଡ଼ିକୁ ଏକାଠି କରି ବିଶ୍ୱବ୍ୟାପୀ ପ୍ରେସ ସ୍ବାଧୀନତାର ସ୍ଥିତିକୁ ଅନୁଧ୍ୟାନ କରିବା ଏବଂ ଆହ୍ବାନର ସମାଧାନ ଉପରେ ଆଲୋଚନା କରିଥାଏ । ବିଶ୍ବ ପ୍ରେସ ସ୍ବାଧୀନତା ଦିବସ ପ୍ରତିବର୍ଷ ଏକ ଥିମ୍‌ ଉପରେ ପର୍ଯ୍ୟବସିତ ହୋଇଥାଏ। ଚଳିତ ବର୍ଷର ବାର୍ତ୍ତା ହେଉଛି, ‘ଶେପିଂ ଏ ଫ୍ୟୁଚର ଅଫ୍‌ ରାଇଟ୍ସ: ଫ୍ରିଡମ ଅଫ୍‌ ଏକ୍ସପ୍ରେସନ ଫର୍‌ ଅଲ୍‌ ଅଦର ହ୍ୟୁମାନ ରାଇଟ୍ସ (ଅଧିକାରର ଭବିଷ୍ୟତ ଗଠନ: ଅନ୍ୟ ସମସ୍ତ ମାନବ ଅଧିକାର ପାଇଁ ଅଭିବ୍ୟକ୍ତି ସ୍ବାଧୀନତାର ପରିପ୍ରକାଶ)।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri