Categories: ବାଣିଜ୍ୟ

ପିଏନ୍‌ବି ପକ୍ଷରୁ ଗଣସଫେଇ

ଭୁବନେଶ୍ୱର,୩।୧୦: ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ (ପିଏନ୍‌ବି)ର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ରବିବାର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଶେଷକରି ଖଣ୍ଡଗିରି ଜଗମୋହନ ନଗର ଶ୍ରୀ ବିଶ୍ୱେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଏକ ଗଣ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପିଏନବିର ଜେନେରାଲ୍‌ ମ୍ୟାନେଜର ଉଦୟ ଭାସ୍କର ରେଡ୍ଡି, ଡିଜିଏମ୍‌ ଜନ୍ମେଜୟ ଦୀକ୍ଷିତ, ଏଜିଏମ୍‌ ସମରେନ୍ଦ୍ର ପଣ୍ଡାଙ୍କ ସମେତ ୫୦ରୁ ଅଧିକ ଅଧିକାରୀ ଓ କର୍ମଚାରୀ ଉକ୍ତ ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ରେଡ୍ଡୀ ଏକ ଫ୍ରିଜ୍‌ ମନ୍ଦିର ପ୍ରଶାସନ (କମିଟି)କୁ ପ୍ରଦାନ କରିଥିଲେ। ବିଶେଷକରି ବ୍ୟାଙ୍କର କର୍ପୋରେଟ ସୋସିଆଲ ରେସପନ୍ସବିଲିଟି (ସିଏସଆର) କାର୍ଯ୍ୟକ୍ରମ ଅନ୍ତର୍ଗତରେ ଉକ୍ତ ଫ୍ରିଜକୁ ମନ୍ଦିର ଟ୍ରଷ୍ଟର ସଭାପତି ତଥା ପ୍ରତିଷ୍ଠାତା ନିରଞ୍ଜନ ଯୋଗାଣିଆଙ୍କୁ ଦିଆଯାଇଥିଲା। ଏହି ଅବସରରେ ମନ୍ଦିର ଟ୍ରଷ୍ଟର ସଭାପତି ତଥା ପ୍ରତିଷ୍ଠାତା ନିରଞ୍ଜନ ଯୋଗାଣିଆ ବ୍ୟାଙ୍କର ସମସ୍ତ ଅଧିକାରୀ ଓ ଅନ୍ୟମାନଙ୍କୁ ସମ୍ବୋଧନ କରିବା ସହ ଏଭଳି ଏକ ମହତ୍ତ୍ୱ କାର୍ଯ୍ୟକ୍ରମ ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏପରିକି ଉକ୍ତ ସଫେଇ କାର୍ଯ୍ୟକ୍ରମରେ ମନ୍ଦିରର ଅନ୍ୟାନ୍ୟ ଟ୍ରଷ୍ଟି ଓ କର୍ମକତ୍ତାବୃନ୍ଦ ଯଥା ମହେଶ୍ୱର ମାର୍ଥା, ପ୍ରସନ୍ନ କୁମାର ଷଡ଼ଙ୍ଗୀ, ସଞ୍ଜୟ କୁମାର ଶୁକ୍ଳା, ପ୍ରଶାନ୍ତ କୁମାର ପଟ୍ଟନାୟକ, ଅଭୟ କୁମାର ମହାପାତ୍ର ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

Share