ଦବିଲା ଇଂରେଜ ଅମଳର ପୋଲ

ବାଲିଆପାଳ, ୨୯ା୭(ସ୍ବ.ପ୍ର.)-ବାଲେଶ୍ୱର ଜିଲା ପୂର୍ତ୍ତ ବିଭାଗ ଅଧୀନରେ ଥିବା ବାଲିଆପାଳ-ବସ୍ତାର ଘଣ୍ଟିଆଡି ନିକଟରେ ଥିବା ଏକ ପୋଲ ମଙ୍ଗଳବାର ସକାଳେ ଦବିଯାଇ ଭାଙ୍ଗିଯାଇଛି। ସେଠାରେ ପ୍ରାୟ ୫ରୁ ୬ ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି ା ମୁଖ୍ୟ ରାସ୍ତାରେ ଏପରି ଗର୍ତ୍ତ ହୋଇଥିବାରୁ ଦୀର୍ଘ ସମୟ ଧରି ବସ୍‌, ଗାଡି/ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରେ ପୂର୍ତ୍ତ ବିଭାଗର କନିଷ୍ଠଯନ୍ତ୍ରୀ ସେଠାରେ ପହଞ୍ଚି ପୋଲ ଭିତରେ ବାଲି ବସ୍ତା ପକାଇ ଗର୍ତ୍ତ ବୁଜି ଦେବା ପରେ ଯାତାୟାତ ସ୍ବଭାବିକ ହୋଇଥିଲା। ୨୦୦୯ରେ ଏହି ରାସ୍ତା ନବୀକରଣ ହୋଇଥିଲେ ମଧ୍ୟ ପୋଲ କାମ ହୋଇଥିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ାଏ ସମ୍ପର୍କରେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ମନୋରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଏହା ଇଂରେଜ ଅମଳର ବହୁ ପୁରୁଣା ଇଟା ପୋଲ ହୋଇଥିବାରୁ ତାହା ଦୁର୍ବଳ ହୋଇ ଦବିଗଲା ା ତେବେ ୨୦୦୯ରେ ରାସ୍ତା ନବୀକରଣ ବେଳେ ଏହି ପୋଲ ସୁଦୃଢ ଥିବାରୁ ତହା ଭଙ୍ଗା ଯାଇ ନ ଥିଲା ାତେବେ ସେଠାରେ ଖୁବଶୀଘ୍ର ନୂତନ ପୋଲ ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Share